ପାନ ମଧୁରୀ ଦୂର କରିବ ଋତୁସ୍ରାବରେ ଅନିୟମିତତା
ପାନ ମଧୁରୀ ଦୂର କରିବ ଋତୁସ୍ରାବରେ ଅନିୟମିତତା
ଭୁବନେଶ୍ୱର: ମାସିକ ଧର୍ମରେ ଅନିୟମିତତା ପ୍ରାୟ ଅଧିକାଂଶ ମହିଳାଙ୍କ ଠାରେ ଦେଖାଯାଇଥାଏ। ଏହି ସମୟରେ ମହିଳାଙ୍କୁ ବହୁତ ଯନ୍ତ୍ରଣା ହୋଇଥାଏ। ମହିଳାମାନେ ଏହି ସମୟରେ ବହୁତ ଅସହ୍ୟ ମନେ କରନ୍ତି। କିନ୍ତୁ ପାନମଧୁରୀ ଆପଣଙ୍କର ଏହି ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରିବ। କେବଳ ମାସିକ ଧର୍ମରେ ଅନିୟମିତତାରେ ସାହାଯ୍ୟ କରିବ ନାହିଁ ଏହା ବିଭିନ୍ନ ପ୍ରକାର ରୋଗରୁ ଆପଣଙ୍କୁ ରକ୍ଷା କରିବ।
ପାନମଧୁରୀ ସ୍ମରଣ ଶକ୍ତି ବଢ଼ାଇବରେ ସାହାଯ୍ୟ କରିଥାଏ ଏବଂ ଏହା ସହିତ ଦ୍ରୁଷ୍ଟିଶକ୍ତି ବଢ଼ାଇବାରେ ମଧ୍ୟ ଏହା ବହୁତ ଲାଭଦାୟକ। ଏହା କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ। ଏହା ବ୍ୟତିତ ପାନ ମଧୁରୀରେ ଆହୁରି ସ୍ବାସ୍ଥ୍ୟଗତ ଫାଇଦା ରହିଛି। ତେବେ ଆସନ୍ତୁ ଜାଣିବା ଏହାକୁ କିପରି ଭାବରେ ବ୍ୟବହାର କରାଯିବ।
ଦ୍ରୁଷ୍ଟିଶକ୍ତି : ମିଶ୍ରୀ ସହିତ ପାନମଧୁରୀ ଖାଇବା ଦ୍ବାରା ଆଖିର ରଶ୍ମୀ ବଢ଼ିଥାଏ।
ପେଟ ଯନ୍ତ୍ରଣା : ପେଟ ଯନ୍ତ୍ରଣା, ଗ୍ୟାସ, ଅପଚ ଭଳି ସମସ୍ୟାରେ ପାନମଧୁରୀ ଖାଇଲେ ଆରାମ ଲାଗିଥାଏ।
ପାଚନ : ଏହାକୁ ଖାଇବା ଦ୍ବାରା ଲିଭର ଠିକ ରହିଥାଏ ଏବଂ ପାଚନ କ୍ରୀୟା ମଜବୁତ ରହିଥାଏ।
ଆମ୍ବିଳା ହାକୁଟି : ଗୋଟିଏ ଗ୍ଲାସ ପାଣିରେ ପାନମଧୁରୀକୁ ଫୁଟାଇ ମିଶ୍ରୀ ସହିତ ପିଇଲେ ଲାଭ ମିଳିଥାଏ ଏବଂ ଖଟ୍ଟା ଢ଼କାର ଆସିନଥାଏ।
ଶ୍ବାସ ଦୁର୍ଗନ୍ଧ : ପାନମଧୁରୀ ଖାଇବା ଦ୍ବାରା ଶ୍ବାସରେ ଦୁର୍ଗନ୍ଧ ହେଉଥିବା ସମସ୍ୟା ଦୂର ହୋଇଥାଏ। କ୍ଷୀର, ପାନମଧୁରୀ ନେବା ଦ୍ବାରା କବ୍ଜ ସମସ୍ୟା ହୋଇନଥାଏ।
ତ୍ବଚାରେ ଚମକ : ପ୍ରତିଦିନ ସକାଳ-ସଞ୍ଜ ପାନମଧୁରୀ ଖାଇବା ଦ୍ବାରା ତ୍ବଚାରେ ଉଜ୍ଜ୍ବଳତା ଆସିଥାଏ ଏବଂ ରକ୍ତ ପରିଷ୍କାର ହୋଇଥାଏ।
ମାସିକଧର୍ମରେ ଅନିୟମିତତା : ମହିଳା ମାନଙ୍କ ଠାରେ ଅନିୟମିତତା ହେଲେ ପାନମଧୁରୀର ସେବନ ଲାଭଦାୟକ ହୋଇଥାଏ। ଗୁଡ ସହିତ ପାନମଧୁରୀ ଚୋବାଇବା ଦ୍ବାରା ଫାଇଦାପୁର୍ଣ୍ଣ ହୋଇଥାଏ।




admin 