ଡଟ୍ ଫେଷ୍ଟ୍ : ଗୁରୁ ରନ୍ଧାୱାଙ୍କ ଜଲ୍ୱା ସାଙ୍ଗକୁ ଦିଶା ପଟାନୀଙ୍କ ଡ୍ୟାନ୍ସରେ ଝୁମିଲେ ଦର୍ଶକ
ଡଟ୍ ଫେଷ୍ଟ୍ : ଗୁରୁ ରନ୍ଧାୱାଙ୍କ ଜଲ୍ୱା ସାଙ୍ଗକୁ ଦିଶା ପଟାନୀଙ୍କ ଡ୍ୟାନ୍ସରେ ଝୁମିଲେ ଦର୍ଶକ
ଭୁବନେଶ୍ୱର: ଗୁରୁ ରନ୍ଧାୱାଙ୍କ ଜଲ୍ୱା । ଗୁରୁ ରନ୍ଧାୱାଙ୍କ ଜଲ୍ୱା ଓ ଅଣ୍ଟାୱାଟ୍ଟକୁ ବ୍ଲାକ୍ସ୍ୱାନ୍ଙ୍କ ରଙ୍ଗବତୀଟ୍ଟ । କେତେବେଳେ ଗୀତର ସୁର ତ କେତେବେଳେ ନାଚର ତାଳ । ଖୁବ୍ ଉପଭୋଗ କଲା ଆଉ ମନଭରି ନାଚିଲା ରାଜଧାନୀ ଭୁବନେଶ୍ୱର । ଡଟ୍ ଫେଷ୍ଟ୍ର ସାଂସ୍କୃତିକ ଉତ୍ସବ ଭୁବନେଶ୍ୱର ଲାଇଭ୍ ଉଦ୍ଘାଟନୀ ସନ୍ଧ୍ୟା ଥିଲା, ଫୁଲ୍ ଧମାଲ୍, ବୋବାଲ୍ ଆଉ ଚକ୍ମାଚୁର୍ । ‘ହାଏ ନି ହାଏ ନଖରା ତେରି ନିଟ୍ଟ’ ନିଜ ଗୀତ ଗାଇ ଧୁମ୍ ଧଡ୍କା ଧୂନ୍ ସହ ସନ୍ଧ୍ୟା ୭ଟା ୫୫ରେ ମଞ୍ଚକୁ ଏଣ୍ଟ୍ରି କଲେ ପ୍ରଖ୍ୟାତ କଣ୍ଠଶିଳ୍ପୀ, ଗୀତିକାର, ସଙ୍ଗୀତ ସଂଯୋଜକ ଗୁରୁ ରନ୍ଧାୱା । ବାସ୍, ତାଙ୍କ ଆଗମନ ସହ ଯୁବପିଢ଼ି ବି ମାଡ଼ି ଆସିଲେ ମଞ୍ଚ ତଳକୁ । ରନ୍ଧାୱା ବି ନନ୍ଷ୍ଟପ୍ ଗାଇଲେ, ନାଚିଲେ ଆଉ ନଚେଇଲେ ।
ସବୁ ଦର୍ଶକଙ୍କ ମୋବାଇଲ କ୍ୟାମେରା ମୁହଁ ଥିଲା ରନ୍ଧାୱାଙ୍କ ଆଡ଼କୁ । କିଏ ସେଲ୍ଫି ନେଉଥିଲା କିଏ ଲାଇଭ୍ କରୁଥିଲା । ରନ୍ଧାୱା ବି କାହାକୁ ନିରାଶ କରୁଥିଲେ । ଗୋଟିଏ ପରେ ଗୋଟିଏ କରି ୧୦ରୁ ଊଦ୍ଧ୍ୱର୍ ଗାଇ ଚାଲିଲେ । ନା ଅଟକିଲେ ନା କାହାକୁ ଅଟକିବାକୁ ଦେଲେ । ରାତି ୯ଟା ପର୍ୟ୍ୟନ୍ତ ବିନା ବ୍ରେକ୍ରେ ପୂରା ପରିବେଶରେ ରଙ୍ଗ ଭରିଥିଲେ ରନ୍ଧାୱା । ଆଉ ତାଙ୍କ ଜଲୱାରେ ଉତ୍ସାହିତ ଯୁବପିଢ଼ି ମତୁଆଲା ହୋଇ ନାଚି, କୁଦି ଫେଷ୍ଟ୍ରେ କ୍ରେଜ୍ ବଢ଼ାଇଥିଲେ । ‘କଜରା ମହବତ ବାଲା’, ‘ଇସ୍କ, ମିଠା ଓୟେ ହୋୟେ’ ଗାଇଲା ପରେ ଚେୟାର ଛାଡ଼ି ଉଚ୍ଛନ୍ନ ଦର୍ଶକ ପୂରା ଡେଇଁଲେ । ସତେ ଯେମିତି କାହାକୁ ଭୟ ନଥିଲା, ମନ କହୁଥିଲା- ଆଜି ମନଭରି ନାଚି ଯାଟ୍ଟ । ଏହାପରେ ଦର୍ଶକଙ୍କୁ ଆଉ ଟିକେ ତତେଇବାକୁ ରନ୍ଧାୱା ନିଜ ଗାର୍ଲଫ୍ରେଣ୍ଡ୍ଙ୍କ ପାଇଁ ଲେଖିଥିବା ଗୀତ ‘ବନ ଯା ତୁ ମେରି ରାନୀ’ ଗାଇଲେ । ଏହାପରେ ‘ଜିହ୍ନେ ମେରା ଦିଲ୍ ଲୁଟେୟା’, ‘ଲଗାଡ଼ି ପଞ୍ଜାବ ଦିୟା’ ଯୁବଗୋଷ୍ଠୀଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଦେଇଥିଲା ।
ରାତି ୯ଟା ୪ରେ ମଞ୍ଚକୁ ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆସିଥିଲେ ସାଉଥ୍ କୋରିଆନ୍ ମଲ୍ଟିନ୍ୟାସନାଲ୍ ଗାର୍ଲ ଗ୍ରୁପ୍ ‘ବ୍ଲାକ୍ସ୍ୱାନ ଗ୍ରୁପ୍’ । ଏଥିରେ ଓଡ଼ିଆ ଝିଅ ଶ୍ରେୟାଙ୍କ ସହ ଗ୍ରୁପ୍ରେ ଫଟୌ, ନିଭୀ, ଗାବି ପ୍ରମୁଖ ଇଂରାଜୀ ଗୀତରେ ଖୁବ୍ ନାଚିଥିଲେ । ଯାହାଙ୍କ ସହ ତାଳ ଦେଇ ନାଚିଥିଲେ ଦର୍ଶକ । ମଝିରେ ଦର୍ଶକଙ୍କ ହୃଦୟ ଜିଣିବାକୁ ‘ରଙ୍ଗବତୀ’ ଗାଇଥିଲେ ପୂରା ଟିମ୍ । ୩-୪ଟି ଗୀତରେ ଏହି ଗ୍ରୁପ୍ ନିଜେ ଗୀତ ଗାଇବା ସହ ନୃତ୍ୟ ପ୍ରଦର୍ଶନ କରି ୯ଟା ୨୨ରେ ମଞ୍ଚକୁ ବାଏ ବାଏ କହିଥିଲେ ।
୯ଟା ୨୫ । ଯୁବପିଢ଼ିଙ୍କ ହାର୍ଟ ବିଟ୍ ଯେମିତି ଆହୁରି ଜୋରରେ ଧକ୍ ଧକ୍ କରିବାକୁ ଲାଗିଲା । ଲମ୍ବା ପ୍ରତୀକ୍ଷାର ଶେଷ କରି ମଞ୍ଚ ଦୁଲୁକାଇବାକୁ ଆସିଲେ ବଲିଉଡ ବିୟୁଟି ଦିଶା ପଟାନି । ମଲଙ୍ଗ ମଲଙ୍ଗଟ୍ଟ, ସିଟି ମାର୍ ମାର୍ଟ୍ଟ, ଓଓ ଅଣ୍ଟାୱାଟ୍ଟ ଭଳି ଗୀତରେ ଷ୍ଟେଜ୍ ଫାଡ଼ି ଦେଲା ଭଳି ପ୍ରଦର୍ଶନ କରି ଦର୍ଶକଙ୍କୁ ମତୁଆଲା କରିଦେଲେ । ଦିଶାଙ୍କ ଷ୍ଟେପ ଯୁଆଡ଼େ, ଦର୍ଶକଙ୍କ ନଜର ଘୂରି ବୁଲୁଥିଲା ସିଆଡ଼େ । ପଲକ ଖସୁନଥିଲା ।




admin 