ନିର୍ବାଚନ ରଣକ୍ଷେତ୍ରରେ ହେଭିୱେଟ୍ ନେତା
ନିର୍ବାଚନ ରଣକ୍ଷେତ୍ରରେ ହେଭିୱେଟ୍ ନେତା
admin
Mar 30, 2019 - 04:46
Updated: Mar 30, 2019 - 04:46
ଆଳି: ଆଳି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପକ୍ଷରୁ ବୁଧବାର ପ୍ରାର୍ଥୀ ତାଲିକା ଘୋଷଣା ପରେ ଏବେ ରାଜନୀତି ଉଷ୍ମ ହୋଇଛି । ନିର୍ବାଚନ ରଣଙ୍ଗନରେ ତିନି ହେଭିୱେଟ୍ ନେତା ଅବତୀର୍ଣ୍ଣ ହୋଇଛନ୍ତି । ବିଜେଡିରୁ ରାଜ୍ୟସଭା ସଦସ୍ୟ ପ୍ରତାପ କେଶରୀ ଦେବ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସରୁ ଦେବେନ୍ଦ୍ର ଶର୍ମା ଓ ବିଜେପିରୁ ଦୋଳଗୋବିନ୍ଦ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି । ଶ୍ରୀ ଦେବ ଲଗାତର ଏଠାରୁ ନିର୍ବାଚିତ ହୋଇ ଆସୁଥିଲେ ହେଁ ୨୦୧୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ଶର୍ମାଙ୍କଠାରୁ ପରାଜିତ ହୋଇଥିଲେ । ଏହାପରେ ବିଜେଡି ସୁପ୍ରିମୋ ଶ୍ରୀଦେବଙ୍କୁ ରାଜ୍ୟସଭା ସାଂସଦ ଭାବେ ମନୋନୀତ କରିଥିଲେ । ଏଥର ନିର୍ବାଚନରେ ଆଳି ବିଧାନସଭା ମଣ୍ଡଳୀ ପାଇଁ ଶ୍ରୀ ଦେବଙ୍କ ଉପରେ ସୁପ୍ରିମୋ ଆସ୍ଥା ପ୍ରକଟ କରିଛନ୍ତି ।
କଂଗ୍ରେସ ପ୍ରାର୍ଥୀ ଶ୍ରୀ ରାଜପରିବାର ବିରୁଦ୍ଧରେ ସ୍ୱର ଉତେଜନା କରି ୨୦୧୪ ନିର୍ବାଚନରେ ବିଜୟ ହାସଲ କରିଥିଲେ । ଯୁବାବସ୍ଥାରୁ ସକ୍ରିୟ ରାଜନୀତିରେ ରହି ସେ ସାଂଗଠନିକ ଦକ୍ଷତା ପ୍ରତିପାଦନ କରିବା ସହ ଆଳି ପଂଚାୟତ ସମିତିର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ବିଜେପିରୁ ପ୍ରାର୍ଥୀ ହୋଇଥିବା ଦୋଳଗୋବିନ୍ଦ ନାୟକ ହୋଇଥିଲେ ।
୧୯୮୫ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇ ଓଡିଶା ରାଜନୀତି ହେଭିୱେଟ୍ ନେତା ତଥା ଆଳି ରାଜା ଶରତ ଦେବଙ୍କୁ ପରାସ୍ତ କରି ରେକର୍ଡ ସୃଷ୍ଟି କରିଥିଲେ । ପୂର୍ନବାର ୧୯୯୫ରେ ସେ ରାଜମାତା ସୁଶ୍ରୀ ଦେବୀଙ୍କୁ ହରାଇ ବିଜୟ ହାସଲ କରିଥିଲେ, କିନ୍ତୁ ୨୦୦୦ ନିର୍ବାଚନରେ ସେ ଦ୍ୱାରା ପରାଜିତ ପରବର୍ତୀ ସମୟରେ ବିଜେପିରେ ଯୋଗ ଦେଇ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ପ୍ରମୁଖ ଦଳର ଏହି ୩ ଜଣ ହେଭିୱେଟ୍ ନେତାଙ୍କର ନିର୍ବାଚନ ଲଢିବା ସୃଷ୍ଟି ହେବା ପରେ ଏବେ ଆଳିର ରାଜନୈତିକ ବାତାବରଣ ସରଗରମ ହେବାରେ ଲାଗିଛି । ସେଠାରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବା ସ୍ପଷ୍ଟ ହୋଇଥିଲେ ବି ନବାଗତମାନଙ୍କର ଭୂମିକାକୁ ଅଣଦେଖା କରାଯାପାରିବ ନାହିଁ ବୋଲି ଚର୍ଚ୍ଚା ଯୋର ଧରିଛି । ସବୁଦଳରେ କିଛି ନା କିଛି ଅସନ୍ତୋଷ ଥିବା କୁହାଯାଉଛି । ଦଳୀୟ ଅସନ୍ତୋଷଙ୍କ ଭୋଟ ନିର୍ଣ୍ଣାୟକ ହେବ ବୋଲି ରାଜନୈତିକ ସମୀକ୍ଷାକମାନେ ମତ ଦେଇଛନ୍ତି । ଦଳୀୟ କନ୍ଦଳକୁ ସଂଗଠିତ କରି କିଛି ନେତା ନିର୍ବାଚନ ଜିତିବାର ବାନ୍ଧିଛନ୍ତି ।