ପାକ୍ ମୁ୍ୟଜିୟମରେ ଅଭିନନ୍ଦନଙ୍କ ପୁତ୍ତଳିକା

ପାକ୍ ମୁ୍ୟଜିୟମରେ ଅଭିନନ୍ଦନଙ୍କ ପୁତ୍ତଳିକା

ପାକ୍ ମୁ୍ୟଜିୟମରେ ଅଭିନନ୍ଦନଙ୍କ ପୁତ୍ତଳିକା
ଇସଲାମାବାଦ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କର ଏକ ପୁତ୍ତଳିକାକୁ ପାକିସ୍ଥାନ କରାଚିସ୍ଥିତ ବାୟୁସେନା ଷ୍ଟେସନଠାରେ ଥିବା ଯୁଦ୍ଧ ସଂଗ୍ରହଳାୟରେ ରଖିଛି । ପୁତ୍ତଳିକାରେ ଅଭିନନ୍ଦନ କଏଦୀ ବେଶରେ ନଜର ଆସୁଥିବା ବେଳେ ତାଙ୍କ ଜଣେ ପାକିସ୍ତାନୀ ସେନା ଜଗି ଠିଆ ହୋଇଥିବା ଦେଖିବାକୁ ମିଳୁଛି । ଅନୱର ଲୋଧା ନାମକ ଜଣେ ପାକିସ୍ତାନୀ ସାମ୍ବାଦିକ ତଥା ରାଜନୈତିଜ୍ଞ ଏହି ଫଟୋ ଟୁଇଟରରେ ସେୟାର କରିଛନ୍ତି । ସେଥିରେ ସେ ଲେଖିଛନ୍ତି ପାକିସ୍ତାନୀ ଯୁଦ୍ଧ ସଂଗ୍ରହାଳୟରେ ଅଭିନନ୍ଦନଙ୍କର ଏକ ପୁତ୍ତଳିକା ରଖାଯାଇଛି । କିନ୍ତୁ ଏହି ପୁତ୍ତଳିକା ହାତରେ ଯଦି ଗୋଟିଏ ଚା’କପ ରହିଥାନ୍ତା ତେବେ ଏହା ଅଧିକ ଆକର୍ଷଣୀୟ ଲାଗିଥାନ୍ତା । ଉଲ୍ଲେଖଯୋଗ୍ୟ ଗତ ଫେବୃୟାରୀରେ ବାଲାକୋଟ ବିମାନ ଆକ୍ରମଣ ପରେ ଉଭୟ ଭାରତ ଓ ପାକିସ୍ତାନର ଯୁଦ୍ଧ ବିମାନ ମଧ୍ୟରେ ହୋଇଥିବା ଡଗଫାଇଟ୍ ସମୟରେ ପିଓକେରେ ଖସିପଡ଼ିଥିବା ଅଭିନନ୍ଦନଙ୍କୁ ପାକ୍ ସେନା ଧରି ନେଇଥିଲା । ସେତେବେଳେ ତାଙ୍କର ଏକ ଭିଡିଓ ମଧ୍ୟ ପାକ ଜାରି କରିଥିଲା । ଯେଉଁଥିରେ ଅଭିନନ୍ଦନ ଚା ବହୁତ ବଢ଼ିଆ ହୋଇଛି ଏବଂ ଏଥିପାଇଁ ଧନ୍ୟବାଦ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା ।