ପାକିସ୍ତାନରେ ପଡ଼ିଲା ଭାରତର ମିଶାଇଲ୍, ସତର୍କ କରାଇଲା ପାକିସ୍ତାନ

ପାକିସ୍ତାନରେ ପଡ଼ିଲା ଭାରତର ମିଶାଇଲ୍, ସତର୍କ କରାଇଲା ପାକିସ୍ତାନ

ପାକିସ୍ତାନରେ ପଡ଼ିଲା ଭାରତର ମିଶାଇଲ୍, ସତର୍କ କରାଇଲା ପାକିସ୍ତାନ

ନୂଆଦିଲ୍ଲୀ : ପାକିସ୍ତାନରେ ପଡ଼ିଲା ଭାରତର ମିଶାଇଲ। ଯାହାକୁ ନେଇ ପାକିସ୍ତାନୀମାନେ ଭୟଭୀତ ହୋଇ ପଡ଼ିଛନ୍ତି। ଭୁଲରେ ଭାରତର ମିଶାଇଲ ପାକିସ୍ତାନରେ ପଡ଼ିଯାଇଥିବାରୁ ଭାରତ ଦୁଃଖ ପ୍ରକାଶ କରିଛି।

ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ବ୍ରହ୍ମୋସ ମିଶାଇଲ ଭୁଲରେ ପାକିସ୍ତାନ ସୀମାରେ ମାଡ଼ ହୋଇଯାଇଛି  । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ  । ପାକିସ୍ତାନର କହିବା କଥା ହେଉଛି, ଭାରତର ମିସାଇଲଟି ୪୦ ହଜାର ଫୁଟ ଉଚ୍ଚରେ ବିସ୍ଫୋରଣ ହେବା ସହ ତିନିଗୁଣା ବେଗରେ ପାକ ସୀମାର ୧୦୦ କିମି ପରିଧି ଭିତରକୁ ପ୍ରବେଶ କରିଯାଇଥିଲା  । ଅପରପକ୍ଷରେ  ଏନେଇ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି  ।

ମିଳିଥିବା ସୂଚନା ଅନୁଯାୟୀ, ଭାରତ ବାୟୂସେନାର ଏକ ବେସରୁ ବ୍ରହ୍ମୋସ କ୍ଷେପଣାସ୍ତ୍ର ଲଂଚ ହୋଇଥିଲା  । କିନ୍ତୁ ଏତେ ସୁରକ୍ଷାତ୍ମକ ପଦ୍ଧତି ସତ୍ୱେ ଭୁଲରେ ଏହା କିଭଳି ଫାୟାର ହୋଇଗଲା ବୋଲି ଯାଂଚ ଆରମ୍ଭ ହୋଇଯାଇଛି  ।

ଅପରପକ୍ଷରେ ଏବେ ରୁଷ ଓ ୟୁକ୍ରେନ ଯୁଦ୍ଧ ଚାଲିଥିବାବେଳେ ଭାରତର ମିଜାଇଲ ପାକିସ୍ତାନ ସୀମାରେ ପଡ଼ିଥିବାରୁ ପାକିସ୍ତାନୀମାନେ ଭୟଭୀତ ହୋଇଯାଇଛନ୍ତି  ।  ଅଚାନକ ସୁପରସୋନିକ ମିସାଇଲ ପଡ଼ିଥିବାରୁ ପାକ ସରକାର ଚକିତ ହୋଇଯାଇଛନ୍ତି  । ଏଭଳି ମିସାଇଲ ମାଡ଼ ଦ୍ୱାରା ଯଦିଓ କିଛି କ୍ଷତି ହୋଇନାହିଁ ତଥାପିବି ବହୁ କ୍ଷୟକ୍ଷତିର ଆଶଙ୍କା ରହିଥିଲା  । ଭାରତ ଆଗକୁ ଏଥିପ୍ରତି ସତର୍କ ରହୁ ବୋଲି ପାକିସ୍ତାନ ପକ୍ଷରୁ କୁହାଯାଇଛି  ।