ପାକିସ୍ତାନକୁ ପୁଣି ଘେରିଲେ ଜୟଶଙ୍କର
ପାକିସ୍ତାନକୁ ପୁଣି ଘେରିଲେ ଜୟଶଙ୍କର
ନୂଆଦିଲ୍ଲୀ : ଆତଙ୍କବାଦ ପ୍ରସଙ୍ଗରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ପୁଣି ପାକିସ୍ତାନକୁ ଘେରିଛନ୍ତି । ସେ କହିଛନ୍ତି, ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେୁଥିବା ପାକକୁ ମୁଁ ଆତଙ୍କର କେନ୍ଦ୍ରସ୍ଥଳ କହିଥିଲି । ଏହାଠାରୁ ଆହୁରି କଠୋର ଶଦ୍ଧ ବ୍ୟବହାର କରିପାରିଥାନ୍ତି । ଏହି ପ୍ରସଙ୍ଗରେ ପାକ୍ ପାଇଁ ଯେତେ କଠୋର ଶଦ୍ଦ ପ୍ରୟୋଗ କଲେ ବି କମ୍ ହେବ । ଜୟଶଙ୍କର କହିଛନ୍ତି ଯେ ଜଣେ କୂଟନୀତିଜ୍ଞ ହିସାବରେ ତାଙ୍କୁ ନିର୍ଦ୍ଧିଷ୍ଟ ସୀମା ସରହଦରେ ରହି କଥା କହିବାକୁ ପଡିବ । ତାହା ସେ କରୁଛନ୍ତି ।
ସେଥିପାଇଁ ପାକିସ୍ତାନର କାର୍ଯ୍ୟକୁ ଦେଇ ସେ ଏକ କୂଟନୈତିକ ଶଦ୍ଦ ବ୍ୟବହାର କରିଛନ୍ତି । ଅଷ୍ଟ୍ରିଆର ଜେଡ୍ଆଇବି୨ ପଡ୍କାଷ୍ଟକୁ ଏକ ସାକ୍ଷାତକାରରେ ଏଭଳି କହିଛନ୍ତି ଜୟଶଙ୍କର ।




admin 