ପର୍ୟ୍ୟଟନର ଶିଖର ଛୁଇଁବ ଶିଖରଚଣ୍ଡୀ ମନ୍ଦିର, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ପର୍ୟ୍ୟଟନର ଶିଖର ଛୁଇଁବ ଶିଖରଚଣ୍ଡୀ ମନ୍ଦିର, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

 ପର୍ୟ୍ୟଟନର ଶିଖର ଛୁଇଁବ ଶିଖରଚଣ୍ଡୀ ମନ୍ଦିର, ମାଷ୍ଟରପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ


ଭୁବନେଶ୍ୱର: ପର୍ୟ୍ୟଟନର ଶିଖର ଛୁଇଁବ ଶିଖରଚଣ୍ଡୀ ମନ୍ଦିର । ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାଶ୍ୱିର୍କ ଅଞ୍ଚଳ ପାଇବ ନୂଆ ରୂପ । ଉନ୍ନତିକରଣ ସହ ଏମିତି ସୌନ୍ଦର୍ୟ୍ୟକରଣ ହେବ, ଦେଖିଲେ ଆଖି ଲାଖିଯିବ । ଏମିତି ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଶିଖରଚଣ୍ଡୀ ମନ୍ଦିର ଓ ପାରିପାଶ୍ୱିର୍କ ଅଞ୍ଚଳର ଉନ୍ନତିକରଣ ପାଇଁ ପ୍ରସ୍ତୁତ ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଆକର୍ଷଣୀୟ ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ୨୫ କୋଟି ଟଙ୍କା ବ୍ୟୟ ହେବ ।
ଶିଖରଚଣ୍ଡୀ ମନ୍ଦିର ଓ ଏହାର ପାରିପାଶ୍ୱିର୍କ ଅଞ୍ଚଳର ଉନ୍ନୟନ କରାଯାଇ ଏହାକୁ ଭୁବନେଶ୍ୱର ସହରର ଅନ୍ୟତମ ଆକର୍ଷଣ କେନ୍ଦ୍ର ଭାବେ ବିକଶିତ କରାଯିବ । ୫୩.୬୪ ଏକର ଅଞ୍ଚଳରେ ଏହି ଉନ୍ନତିକରଣ କାର୍ୟ୍ୟ କରାଯିବ । ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଶିଖରଚଣ୍ଡୀ ମନ୍ଦିର ପରିଦର୍ଶନ କରି ଏହାର ମାଷ୍ଟରପ୍ଲାନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନୟନ ଯୋଜନାକୁ ପରିବେଶ ଉପଯୋଗୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ । ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ନିର୍ଦ୍ଦେଶ କ୍ରମେ ମାଷ୍ଟରପ୍ଲାନ ପ୍ରସ୍ତୁତିରେ ଲାଗି ପଡ଼ିଥିଲା ବିଡିଏ ଟିମ୍‌ । ମଙ୍ଗଳବାର ସନ୍ଧ୍ୟାରେ ଏ ନେଇ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶିଖରଚଣ୍ଡୀର ବିକାଶ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହାସହ ଦୋକାନ ଗୃହ ଓ ଅନ୍ୟାନ୍ୟ ସୁବିଧାର ବ୍ୟବସ୍ଥା କରାଯିବ ।