ବ୍ରେକ୍‌ ପରେ ପୁଣି ଭାରତ ଯୋଡୋ ଯାତ୍ରା

ବ୍ରେକ୍‌ ପରେ ପୁଣି ଭାରତ ଯୋଡୋ ଯାତ୍ରା

ବ୍ରେକ୍‌ ପରେ ପୁଣି ଭାରତ ଯୋଡୋ ଯାତ୍ରା


ଲକ୍ଷେ୍ନø : ୯ ଦିନର ବ୍ରେକ୍‌ ପରେ କଂଗ୍ରେସର ଭାରତ ଯୋଡା ଯାତ୍ରା ମଙ୍ଗଳବାର ଦିଲ୍ଲୀରୁ ଉତ୍ତରପ୍ରଦେଶ ପହଞ୍ଚିଛି । ଗାଜିଆବାଦରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଭାଇ ରାହୁଲ ଗାନ୍ଧୀଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ପ୍ରିୟଙ୍କା ରାହୁଲଙ୍କୁ ଯୋଦ୍ଧା ବୋଲି କହିଥିଲେ । ସରକାର ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ଛବିକୁ ଖରାପ କରିବାକୁ ଚେଷ୍ଟା କରିଥିଲେ ହେଁ ବିଫଳ ହୋଇଛନ୍ତି । ଆଦାନୀ-ଅମ୍ବାନୀ ବଡ ବଡ ନେତା, ଗଣମାଧ୍ୟମକୁ ମଧ୍ୟ କିଣି ସାରିଛନ୍ତି ।

କିନ୍ତୁ ରାହୁଳଙ୍କୁ ନୁହେଁ । ରାହୁଲ ସତ୍ୟର କବଚ ପିନ୍ଧିଥିବା ପ୍ରିୟଙ୍କା କହିଥିଲେ । ରାହୁଲ ଏବଂ ପ୍ରିୟଙ୍କା ଗାଜିଆବାଦରେ ୬ କିଲୋମିଟର ଚାଲିବା ପରେ ରାହୁଲ ଦିଲ୍ଲୀ ଫେରିଯାଇଥିଲେ । ଭାରତ ଯୋଡୋ ଯାତ୍ରାରେ ପୂର୍ବତନ ମୁଖ୍ୟ ଏ.ଏସ୍‌. ଦୁଲତ ସାମିଲ ହୋଇଥିଲେ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅମ୍ବିକା ସୋନି, କଂଗ୍ରେସ ସାଂସଦ ଗୌରବ ଗୋଗୋଇ, ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ନ୍ୟାଶନାଲ କଂଗ୍ରେସର ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦ୍ଦୁଲା ଯାତ୍ରାରେ ଯୋଗ ଦେଇଥିଲେ ।