ପାଇଖାନାରୁ କଏଦୀ ଛୁ

ପାଇଖାନାରୁ କଏଦୀ ଛୁ

ପାଇଖାନାରୁ କଏଦୀ ଛୁ

ବାରିପଦା: ଶୌଚ ହେବା ବାହାନାରେ ଜଣେ ବିଚାରାଧୀନ କଏଦୀ ଡାକ୍ତରଖାନାରୁ ଚମ୍ପଟ ମାରିଥିବା ଜଣାଯାଇଛି । ୨ ଜଣ ୱାର୍ଡରଙ୍କୁ ଚକମା ଦେଇ ସମ୍ପୃକ୍ତ କଏଦୀ ଜଣକ ଫେରାର ହୋଇଯାଇଛି ।  କଏଦୀ ଜଣକ ଦୁଷ୍କର୍ମ ଅଭିଯୋଗରେ ବାରିପଦା ସର୍କଲ ଜେଲରେ ଥିଲାବେଳେ ଅସୁସ୍ଥତା ପାଇଁ ଗତ ୬ ତାରିଖରୁ ବାରିପଦା ମେଡିକାଲ କଲେଜରେ ଚିକିତ୍ସାଧୀନ ଥିଲେ ।

ତାଙ୍କୁ ଜଗିବା ପାଇଁ ୨ ଜଣ ୱାର୍ଡର ଥିଲେ । ଆଜି ଭୋର କଏଦୀ ଜଣକ ଶୌଚ ହେବାକୁ ଯାଇଥିବାବେଳେ ୨ ଜଣ ୱାର୍ଡର ତାଙ୍କୁ ବାହାରୁ ଜଗି ଥିଲେ । କିନ୍ତୁ କଏଦୀ ଜଣକ ଭିତର ପଟୁ କାଚ ଭାଙ୍ଗି ଫେରାର ହୋଇଯାଇଥିବା ଜଣାଯାଇଛି । ଏନେଇ  ଦାୟିତ୍ୱରେ ଅବହେଳା ପାଇଁ କଏଦୀଙ୍କୁ ଜଗିବା ଦାୟତ୍ୱରେ ଥିବା ୨ ଜଣ ୱାର୍ଡରଙ୍କୁ ନିଲମ୍ବନ କରାଯାଇଛି ।