ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ କରିବ ଅନୁଧ୍ୟାନ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ କରିବ ଅନୁଧ୍ୟାନ

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ କରିବ ଅନୁଧ୍ୟାନ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନିର୍ବାଚନ ପରବର୍ତ୍ତୀ ହିଂସା ସମ୍ପର୍କରେ କେନ୍ଦ୍ରୀୟ ଟିମ ଅନୁଧ୍ୟାନ କରିବ । ଏନେଇ ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏକ ୪ ଜଣିଆ ଟିମ ପଶ୍ଚିମବଙ୍ଗ ଯିବ ବୋଲି ଜଣାଯାଇଛି । ଜଣେ ଅତିରିକ୍ତ ସଚିବସ୍ତରରେ ଅଧିକାରୀଙ୍କ ନେତୃତ୍ୱରେ ଉକ୍ତ ଟିମ ପଶ୍ଚିମବଙ୍ଗ ଯିବ । ତୃଣମୂଳ ସ୍ତରକୁ ଯାଇ ଉକ୍ତ ଟିମ ସ୍ଥିିତି ଅନୁଧ୍ୟାନ କରି ରିପୋର୍ଟ ଦେବ ବୋଲି ଜଣାଯାଇଛି ।ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ଲାଗିରହିଥିବା ନିର୍ବାଚନ ପରବର୍ତ୍ତୀ ହିଂସାଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅତ୍ୟନ୍ତ କ୍ଷୁବ୍ଧ ହୋଇଛି। ମନ୍ତ୍ରଣାଳୟ ସଚିବ ରାଜ୍ୟକୁ ପତ୍ରଲେଖି କଡା ଚେତାବନୀ ଦେଇଛନ୍ତି। ଚଳିତ ମାସ ୨ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ ପଶ୍ଚିମବଙ୍ଗରେ ଯେଉଁଭଳି ହିଂସା, ପୋଡାଜଳା ଘଟଣା ଘଟୁଛି ତାହାକୁ ନେଇ ଗଭୀର ଅସନ୍ତୋଷ ଓ କ୍ଷୋଭ ପ୍ରକାଶ କରିଛି ଗୃହ ମନ୍ତ୍ରଣାଳୟ। ମମତା ବାନାର୍ଜୀ ରାଜ୍ୟରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ମନ୍ତ୍ରଣାଳୟର ସଚିବ ଅଜୟ ଭାଲ୍ଲା ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ଆଉଏକ ପତ୍ର ଲେଖିଛନ୍ତି। ଏଥିରେ ରାଜ୍ୟରେ ଘଟୁଥିବା ନିର୍ବାଚନୀ ହିଂସା ରୋକିବା ଦିଗରେ କି ପଦକ୍ଷେପ ନିଆଯାଉଛି ସେ ସମ୍ପର୍କରେ କାହିଁକି କେନ୍ଦ୍ରକୁ ଜବାବ ଦିଆଯାଇନାହିଁ, ତାହାର କାରଣ ତଲବ କରାଯାଇଛି। ଶ୍ରୀ ଭାଲ୍ଲା କହିଛନ୍ତି ଏପର୍ୟ୍ୟନ୍ତ ରାଜ୍ୟ ସରକାର ପ୍ରଥମ ଚିଠିର ଜବାବ ଦେଇନଥିବାରୁ ଏହି ଦ୍ୱିତୀୟ ଚିଠିକୁ ଗୁରୁତ୍ୱର ସହିତ ଗ୍ରହଣ କରିବାକୁ ହେବ। ହିଂସା ରୋକିବାକୁ କାହିଁକି ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ ତାହା ଜାଣିବାକୁ ମଧ୍ୟ ଚାହିଁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ। ଜାତୀୟ ମାନବାଧିକାର ଆୟୋଗ ମଧ୍ୟ ପଶ୍ଚିମବଙ୍ଗରେ ଘଟୁଥିବା ନିର୍ବାଚନ ପରବର୍ତ୍ତୀ ହିଂସାକୁ ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି। ଏହା ନିଜର ଉପ ମହାନିରୀକ୍ଷକ (ତଦନ୍ତ)ଙ୍କୁ ଏକ ଦଳ ଗଠନ କରି ଘଟଣାର ଅନୁଧ୍ୟାନ କରିବାକୁ କହିଛନ୍ତି। ଦଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ଏବଂ ଦୁଇସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି। ଏଭଳି ହିଂସା ଘଟଣାକୁ ଭାଜପା ଏବଂ ବାମଦଳଗୁଡିକ ମଧ୍ୟ ନିନ୍ଦା କରିଛନ୍ତି।