ପର୍ଯ୍ୟବେକ୍ଷକଙ୍କ ଖର୍ଚ୍ଚ ଖାତା ଯାଂଚ୍

ପର୍ଯ୍ୟବେକ୍ଷକଙ୍କ ଖର୍ଚ୍ଚ ଖାତା ଯାଂଚ୍

ପର୍ଯ୍ୟବେକ୍ଷକଙ୍କ ଖର୍ଚ୍ଚ ଖାତା ଯାଂଚ୍
ନୟାଗଡ଼ : ଶ୍ରୀ ବଳରାମ ସାହା ୧୧୯-ରଣପୁର,୧୨୦-ଖଣ୍ଡପଡ଼ା,୧୨୨-ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ /ପ୍ରାର୍ôଥନୀମାନଙ୍କର ନିର୍ବାଚନ ଖାତା ତଦାରଖ ନିମନ୍ତେ ୧୦,୧୬ ଏବଂ ୨୦ତାରିଖ ଅପ୍ରେଲ,୨୦୧୯କୁ ସ୍ଥିର କରାଯାଇଥିଲା । ଇତ୍ୟବସରରେ ତା.୧୦.୦୪.୧୯ ଓ ୧୬.୦୪.୧୯ରିଖ ଦିନ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ପ୍ରାର୍ଥୀ / ପ୍ରାର୍ôଥନୀମାନଙ୍କର ନିର୍ବାଚନ ଖର୍ଚ୍ଚ ଯାଂଚ୍ କରାଯାଇଥିଲା । ତୃତୀୟ ଓ ଶେଷ ପର୍ଯ୍ୟାୟ ନିମନ୍ତେ ଆସନ୍ତା ତା.୨୦.୦୪.୧୯ଦିନ ଖର୍ଚ୍ଚ ଖାତା ଯାଂଚ୍ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଅଛି । ଯେଉଁ ପ୍ରାର୍ଥୀ ପ୍ରାର୍ଥିନୀମାନେ ନିଜେ କିମ୍ବା ତାଙ୍କର ପ୍ରତିନିଧିଙ୍କ ଦ୍ୱାରା ଏହି ଖର୍ଚ୍ଚ ଯାଂଚ୍ ତାରିଖରେ ଅନୁପସ୍ଥିତ ରହିବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ନିୟମ ରହିଛି । ଏଣୁ ପ୍ରାର୍ଥୀ/ପ୍ରାର୍ôଥନୀ ନିଜର ଖର୍ଚ୍ଚଖାତା ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ନିକଟରେ ତା.୨୦.୦୪.୧୯ରିଖ ଦିନ ଯାଂଚ କରାଇବାକୁ ଅନୁରୋଧ ।