ପରୀ ହତ୍ୟା ମାମଲା : ବ୍ରେନ ମ୍ୟାପିଂ ପାଇଁ ମନା କରିଦେଲା ଅଭିଯୁକ୍ତ

ପରୀ ହତ୍ୟା ମାମଲା : ବ୍ରେନ ମ୍ୟାପିଂ ପାଇଁ ମନା କରିଦେଲା ଅଭିଯୁକ୍ତ

ପରୀ ହତ୍ୟା ମାମଲା : ବ୍ରେନ ମ୍ୟାପିଂ ପାଇଁ ମନା କରିଦେଲା ଅଭିଯୁକ୍ତ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ହତ୍ୟା ମାମଲାରେ ବୁଧବାର ଏକ ବଡ଼ ଖବର ଆସିଛି । ତାହା ହେଲା ଏହି ମାମଲାର ଅଭିଯୁକ୍ତ ନାବାଳକ ଜଣକ ବ୍ରେନ ମ୍ୟାପିଂ ପାଇଁ ମନା କରିଥିବା ଜଣାଯାଇଛି । ଆଜି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତକୁ ହାଜର କରାଯାଇଥିଲା । ବ୍ରେନ ମ୍ୟାପିଂ ଆବେଦନ ଉପରେ ଶୁଣାଣି ପାଇଁ ଏସଆଇଟି ପକ୍ଷରୁ ଅଭିଯୁକ୍ତକୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଥିଲା । ବ୍ରେନ ମ୍ୟାପିଂ ନେଇ ଏସଆଇଟି ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ କରିଥିଲା । ତେବେ ଅଭିଯୁକ୍ତ ନାବାଳକ ବ୍ରେନ ମ୍ୟାପିଂ ପାଇଁ ମନା କରିଥିବା ଜଣାଯାଇଛି । ପୂର୍ବରୁ ଅଭିଯୁକ୍ତ ନାବାଳକ ଜଣକ ନାର୍କୋ ଟେଷ୍ଟ ଲାଗି ଅସହମତି ପ୍ରକାଶ କରିଥିଲା । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାର୍କୋ ଟେଷ୍ଟ ପାଇଁ ନାବାଳକ ଜଣକ ରାଜି ହୋଇନଥିଲା । ପ୍ରକାଶ ଯେ, ବହୁ ଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଗତ କିଛି ଦିନ ତଳେ ଏକ ଭିନ୍ନ ମୋଡ଼ ଆସିଥିଲା । ଅଭିଯୁକ୍ତକୁ କୋର୍ଟ ନାବାଳକଭାବେ ଗ୍ରହଣ କରିଥିଲେ । ପୂର୍ବରୁ ଏସଆଇଟି ଓସିଫିକେସନ ସାର୍ଟିଫିକେଟ ବଳରେ ଅଭିଯୁକ୍ତ ସାବାଳକ ବୋଲି କୋର୍ଟରେ ହାଜର କରିଥିବାବେଳେ ଅଭିଯୁକ୍ତର ଓକିଲ ଏନେଇ ପିଟିସନ ଦାଖଲ କରିଥିଲେ । ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ଓ ମାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ ।କୋର୍ଟ ଏନେଇ ତଦନ୍ତ କରିଥିଲେ । ଅଭିଯୁକ୍ତର ମାଆଙ୍କୁ କୋର୍ଟକୁ ଡକାଇ ପଚରାଉଚୁରା କରିବା ସହ ପକସୋ କୋର୍ଟ ବିଚାରପତି ଉଦୟଭାନୁ ଜେନା ଗିରଫ ହତ୍ୟା ଅଭିଯୁକ୍ତକୁ ସାବାଳକ ନୁହେଁ, ନାବାଳକ ବୋଲି ରାୟ ଦେଇଥିଲେ ।