ପ୍ରଥମ ଥର ପାଇଁ ଭାରତୀୟ ନୈାସେନାର ଷ୍ଟଲ, ଦେଖିହେବ ଯୁଦ୍ଧାପୋତ, ୱାରସିପ୍, ଅଗ୍ନିବୀର ସଂପର୍କରେ ତଥ୍ୟ
ବଲିଯାତ୍ରା ପ୍ରଥମ ଦିନରୁ ଲାଗିଛି ଲୋକଙ୍କ ଭିଡ଼। ବିଭିନ୍ନ ସାମଗ୍ରୀ କିଣା , ଖାଇବା, ଦୋଳି ଖେଳିବାରେ ବ୍ୟସ୍ତ ଲୋକେ । ଏହାରି ମଧ୍ୟରେ ଭାରତୀୟ ନୌସେନା ପକ୍ଷରୁ ( INDIAN NAVY ) ଚଳିତବର୍ଷ ବାଲିଯାତ୍ରାରେ ଲଗାଯାଇଛି ୧୧ଟି ଷ୍ଟଲ । ଯେଉଁଥିରେ ଭରତୀୟ ନୌସେନା ସମର୍କରେ କରାଯାଉଛି ଅଗବତ । ବିଶେଷ କରି , ନାଭାଲ ୟୁନିଟ କଣ, ତାହାର ଦକ୍ଷତା କେତେ ଓ ଓଡିଶା ନୌବାଣିଜ୍ୟ ପରମ୍ପରା ସହ କିପରି ଜଡିତ, ତାହା ଉପରେ ଷ୍ଟଲମାନଙ୍କରେ କରାଯାଇଛି ପଦର୍ଶନ । ବିଭିନ୍ନ ପ୍ରକାର ଜାହାଜ , ବୁଡା ଜାହାଜ , ଏୟାରକ୍ରାଫ୍ଟ ବୁହା ଜାହାଜ ଏହି ଷ୍ଟଲ ମାନଙ୍କରେ ପ୍ରଦର୍ଶିତ କରିଛନ୍ତି NAVY ଟିମ । ବିଶେଷ କରି ନାଭାଲ ଡ଼କୟାର୍ଡ ଷ୍ଟଲ , ଏୟାରକ୍ରାଫ୍ଟ ଷ୍ଟଲ , ଆଇଏନଏସ ଚିଲିକାରୁ ଆସିଥିବା ଦୁଇ ଷ୍ଟଲ ଯାହା ଓଡିଶା ନୌବାଣିଜ୍ୟ ସହ ନାଭାଲର ସମ୍ପର୍କ ଓ ଅଗ୍ନିବୀରମାନଙ୍କୁ କିପରି ନିଯୁକ୍ତି ଦିଆଯିବ ଓ ସେମାନେ କିପରି କାର୍ଯ୍ୟ କରିବେ ସେ ଦିଗରେ ଏହି ଷ୍ଟଲମାନଙ୍କରେ ବୁଝା ଯାଉଛି । ତେବେ 2022ରେ କେନ୍ଦ୍ର ସରକାରଙ୍କ ଆସିଥିବା ଅଗ୍ନୀପଥ ଯୋଜନାର ପ୍ରଚାର କରିବା ଓ ନାଭାଲରେ ନିଯୁକ୍ତି ପାଇବା ଦିଗରେ ଆଇଏନଏସ ଚିଲିକାର ସମସ୍ତ ଅଫିସର ଉତ୍ସାହି ଯୁବକ ଯୁବତୀମାନଙ୍କୁ ସବିଶେଷ ଶିକ୍ଷା ପ୍ରଦାନ କରିଛନ୍ତି ନାଭାଲ ଅଫିସର । ଏହାବ୍ୟତୀତ ବେସିକ ଟ୍ରେନିଂ କଣ, ଅଗ୍ନୀପଥ ସ୍କିମ ଯୋଜନାରେ କିପରି କାମ କରାଯାଏ, ନାଭିରେ କେମିତି ନିଯୁକ୍ତି ପାଇବେ, ତାହା ମଧ୍ୟ ବୁଝାଇଛନ୍ତି ସମସ୍ତ ଅଧିକାରୀ। ଏହି ଷ୍ଟଲ ଲାଗିବା ଦ୍ୱାରା ନାଭାଲ ୟୁନିଟ ଆଗକୁ ଅଧିକ ମାତ୍ରାରେ ଶକ୍ତିଶାଳୀ ହେବ ଓ ଯୁବକ ଯୁବତୀ ମାନେ ଏହାଦ୍ୱାରା ଜଥେଷ୍ଟ ପ୍ରଭାବିତ ହେବେ ବୋଲି କହିଛନ୍ତି ଆଇଏନଏସ ଚିଲିକା ନାଭାଲ ୟୁନିଟ କମାଣ୍ଡାଣ୍ଟ କମଡୋର ବିପକ ଅନୀଲ । ଅନ୍ୟପଟେ ଏହି ଷ୍ଟଲରେ ବୁଲି ଅନେକ ଜ୍ଞାନ ଆହରଣ କରିବା ସହ ଆଗମୀ ଦିନରେ ନାଭାଲରେ ନିଯୁକ୍ତି ପାଇବା ପାଇଁ ସ୍ୱପ୍ନ ଦେଖୁଥିବା ଯୁବକ ଯୁବତୀ ଏହି ଷ୍ଟଲ ବୁଲି ବେଶ ଖୁସି ପ୍ରକଟ କରିଛନ୍ତି।