ପରିକ୍ରମା ପ୍ରକଳ୍ପରେ ଗଛ କାଟିବା ଓ ସିଫ୍ଟିଂ ନାଁରେ ୧୫ କୋଟି ୩୭ ଲକ୍ଷ ଖର୍ଚ୍ଚ

ପରିକ୍ରମା ପ୍ରକଳ୍ପରେ ଗଛ କାଟିବା ଓ ସିଫ୍ଟିଂ ନାଁରେ ୧୫ କୋଟି ୩୭ ଲକ୍ଷ ଖର୍ଚ୍ଚ

ପରିକ୍ରମା ପ୍ରକଳ୍ପରେ ଗଛକଟା ଓ ୟୁଟିଲିଟି ସିଫ୍ଟି ନାଁରେ ୧୫ କୋଟିରୁ ଉର୍ଦ୍ଧ୍ଵ ଖର୍ଚ୍ଚ । ଗତ ବିଧାନସଭା ଅଧିବେସନରେ ପରିକ୍ରମା ପ୍ରକଳ୍ପ ଖର୍ଚ୍ଚ ବାବଦକୁ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀଙ୍କ ଉତ୍ତରରୁ ପରିକ୍ରମା ପ୍ରକଳ୍ପ ବ୍ୟୟ ବରାଦ ଉପରୁ ପରଦା ହଟିଛି। ତେବେ ଏଥିରେ ଗଛ କଟା ,ବୈଦୁତିକ ଓ ପାନୀୟ ଜଳ ୟୁଟିଲିଟି ଖର୍ଚ୍ଚ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ଯାହାକୁ ନେଇ ତତ୍କାଳୀନ ସରକାର ଓ କାର୍ଯ୍ୟରତ ଅଧିକାରୀଙ୍କ ଉପରେ ପ୍ରଶ୍ନ ଉଠିବା ସ୍ଵାଭାବିକ । ବୈଦୁତିକ ଉପକରଣ ଓ ପାନୀୟ ୟୁଟିଲିଟି ସିଫ୍ଟିଂ ,ଗଛକଟା ଖର୍ଚ୍ଚ , ଟେଷ୍ଟିଂ ଚାର୍ଜ ବାବଦକୁ ବ୍ୟୟ ହୋଇଛି ୧୫ କୋଟି ୩୭ ଲକ୍ଷ । ଯାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ତତ୍କାଳୀନ ସରକାର ଓ ଅଧିକାରୀଙ୍କ ଉପରେ ବର୍ଷିଛନ୍ତି ବୁଦ୍ଧିଜୀବୀ ଓ ସେବାୟତ ।

ବିଧାନସଭା ଉତ୍ତର ଅନୁସାରେ ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ୧୬ ସେପ୍ଟେମ୍ବର ୨୦୨୧ ରେ ଆରମ୍ଭ ହୋଇଥିଲା । ଏଥିପାଇଁ ୪୮୫ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଏବେ ସୁଦ୍ଧା କମାଣ୍ଡ କଣ୍ଟ୍ରୋଲ ସେଣ୍ଟର, ଗାର୍ବେଜ୍ ଚ୍ୟୁଟ, ଅଣ୍ଡର ଗ୍ରାଉଣ୍ଡ ଟ୍ୟାଙ୍କ, ୨୦ଟି ମଠ ମନ୍ଦିରର ପୁନର୍ବିକାଶ, ଦୋଳବେଦୀ ନବୀକରଣ,  ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ଅଭ୍ୟର୍ଥନା କେନ୍ଦ୍ର ପାଇଁ ୨୮୯ କୋଟି ୮୯ ଲକ୍ଷ ଖର୍ଚ୍ଚ ହୋଇଛି । କିନ୍ତୁ ଏସବୁ ଭିତରେ ଗଛ କଟା ଓ ୟୁଟିଲିଟି ଶିଫଟିଂ ବାବଦକୁ ୧୫ କୋଟି ୩୭ ଲକ୍ଷ ଟଙ୍କା କେମିତି ଖର୍ଚ୍ଚ ହେଲା ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି ।