ପଦ୍ମ ଭୂଷଣ ଡ. ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ପଦ୍ମ ଭୂଷଣ ଡ. ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ପଦ୍ମ ଭୂଷଣ ଡ. ତ୍ରିଲୋଚନ ପ୍ରଧାନଙ୍କ ପରଲୋକ

ଭୁବନେଶ୍ବର: ଆଉ ନାହାନ୍ତି ବିଶିଷ୍ଟ ବୈଜ୍ଞାନିକ ପଦ୍ମ ଭୂଷଣ ଡ. ତ୍ରିଲୋଚନ ପ୍ରଧାନ । ୯୩ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଓଡିଶାର ପ୍ରସିଦ୍ଧ ବୈଜ୍ଞାନିକ ଭାବେ ସୁନାମ ଅର୍ଜନ କରିଥିବା ପଦ୍ମ ଭୂଷଣ ତ୍ରିଲୋଚନ ପ୍ରଧାନ ସମ୍ମାନଜନକ କଳିଙ୍ଗ ପୁରସ୍କାର ବିଜେତା ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି । ୨୦୧୮ରେ ସେ କଳିଙ୍ଗ ରତ୍ନ, ୨୦୧୪ରେ କଳିଙ୍ଗ ପ୍ରାଇଜ୍, ୧୯୯୦ରେ ପଦ୍ମ ଭୂଷଣ ଏବଂ ୧୯୮୦ରେ ମେଘନାଦ ସାହ ଆଓ୍ବାର୍ଡରେ ସେ ସମ୍ମାନୀତ ହୋଇଥିଲେ  । 
ଜାନୁୟାରୀ ୩, ୧୯୨୯ରେ ସେ ନୟାଗଡ ଜିଲ୍ଲାର ଘଣାଶାଳିଆରେ ଜନ୍ମ ଗ୍ରହଣ କରିଥିଲେ ଡ. ତ୍ରିଲୋଚନ ପ୍ରଧାନ । ରେଭେନ୍‌ସା କଲେଜ ଏବଂ ବନାରସ ହିନ୍ଦୁ ବିଶ୍ବ ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଡ. ପ୍ରଧାନ ୧୯୫୬ ମସିହାରେ ସେ ଚିକାଗୋ ୟୁନିଭରସିଟିରୁ ପିଏଚଡି ଲାଭ କରିଥିଲେ । ସେ ୧୯୬୪-୭୪ ପର୍ୟ୍ୟନ୍ତ ସେ ସାହା ଇନଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁକ୍ଲିୟର ଫିଜିକ୍‌ର  ଥିଓରିଟିକାଲ୍‌ ନ୍ୟୁକ୍ଲିୟର ଫିଜିକ୍‌ସ ବିଭାଗରେ କାର୍ୟ୍ୟ କରିଥିଲେ । ୧୯୭୪-୮୯ ରୁ ଭୁବନେଶ୍ୱରର ଇନଷ୍ଟିଚ୍ୟୁଟ୍ ଅଫ୍ ଫିଜିକ୍ସର ପ୍ରଥମ ନିର୍ଦ୍ଦେଶକ ଥିଲେ ଏବଂ ୧୯୮୯-୯୧ ରୁ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଭାବରେ କାର୍ୟ୍ୟ କରିଥିଲେ ।
ତାଙ୍କ ବିଯୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ