ପୀଡିତା ନାବାଳିକାକୁ ଭେଟିଲେ ବିଧାୟକ    

ପୀଡିତା ନାବାଳିକାକୁ ଭେଟିଲେ ବିଧାୟକ      

ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ପାଶବିକ ଅତ୍ୟାଚାରର ଶିକାର ହୋଇ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା 8 ବର୍ଷର ନାବାଳିକାକୁ ଭେଟିଛନ୍ତି ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ। ସଂନ୍ଧ୍ୟାରେ ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ପହଞ୍ଚି ନାବାଳିକାକୁ ଭେଟିବା ସହ ପିଡୀତାର ସ୍ବାସ୍ଥ୍ଯବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଏହା ପରେ ପରିବାର ଲୋକଙ୍କ ସହ ଘଟଣା ସମ୍ପକରେ ଆଲୋଚନା କରିଛନ୍ତି।  ଏହା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି। ଆସିୟୁରୁ ସ୍ଥାନାନ୍ତର ହୋଇ ଏବେ ଓ୍ବାର୍ଡରେ ଚିକିତ୍ସିତ ହେଉଛନ୍ତି। ଖୁବଶୀଘ୍ର ସୁସ୍ଥ ହୋଇ ଡିସଚାର୍ଜ ହେବେ ବୋଲି କହିଛନ୍ତି ବିଧାୟକ। ଅନ୍ୟପଟେ ଏହି ଘଟଣାରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ତାକୁ କଠୋରରୁ କଠୋର ଦଣ୍ଡବିଧାନ ହେବା ନେଇ ଯାଜପୁର ଏସପିଙ୍କ ସହ କଥା ହୋଇଥିବା କହିଛନ୍ତି ବିଧାୟକ। ଗତ 23 ତାରିଖରେ  ପ୍ରଲୋଭନ ଦେଖାଇ ଘର ନିକଟସ୍ଥ  ଜଣେ ବୟସ୍କ ବ୍ୟକ୍ତି ସମ୍ପୃକ୍ତ ନାବାଳିକାଙ୍କୁ ପାଶବିକ ଅତ୍ୟାଚାର କରିଥିବା ବରୀ ଥାନାରେ ଅଭିଯୋଗ ହୋଇଥିଲା ।