ଧାରଣାରେ ଗାଇଡ୍ ସମସ୍ୟା ଭାଗୁଛନ୍ତି ସାଧାରଣ ଯାତ୍ରୀ    

ଧାରଣାରେ ଗାଇଡ୍ ସମସ୍ୟା ଭାଗୁଛନ୍ତି ସାଧାରଣ ଯାତ୍ରୀ      

ସମ୍ବଲପୁର ସହରରେ ମୋ ବସ୍ ଚଳାଚଳ ଠପ୍ ହୋଇଯାଇଛି l ସୁଚନା ଅନୁସାରେ ସୋମବାର ସକାଳ ସମୟରୁ ଅଇଁଠାପାଲି ବସ ଟର୍ମିନାଲ ଠାରେ ମୋ ବସରେ କାର୍ଯ୍ୟ କରୁଥିବା ଟିକେଟ୍ କଲେକ୍ଟର ବା ଗାଇଡ୍ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ସମସ୍ୟା ନେଇ କାର୍ଯ୍ୟ ବନ୍ଦ ଡାକରା ଦେଇ ଆନ୍ଦୋଳନ କୁ ଓଲ୍ଲାଇଛନ୍ତି l ଫଳରେ ସମ୍ବଲପୁର ସହର ରେ ମୋ ବସ ଚଳାଚଳ ସଂପୂର୍ଣ୍ଣ ଭାବରେ ଠପ୍ ହୋଇଯାଇଛି l ବିଶେଷ କରି ମୋ ବସ ରେ କାର୍ଯ୍ୟ କରୁଥିବା ଗାଇଡ୍ କର୍ମଚାରୀଙ୍କ କ୍ଷେତ୍ରରେ ବିଭିନ୍ନ ସମୟରେ ଅକାରଣେ ଫାଇନ ଆଦାୟ କୁ ନେଇ ବିରୋଧି କରାଯାଇଛି l ଏହାସହ ମୋ ବସ୍ ପରିଚାଳନା ଦାୟିତ୍ଵରେ ଥିବା ଡିଏମ ଙ୍କ ମନମୁଖୀ କାର୍ଯ୍ୟକୁ ନେଇ ମଧ୍ୟ ପ୍ରତିବାଦ କରାଯାଇଛି l ଏହି ସବୁ ସମସ୍ୟା ସହ ମୋ ବସ‌୍ ରେ କାର୍ଯ୍ୟ କରୁଥିବା ଗାଈଡ୍ କର୍ମଚାରୀ ମାନେ ଆଜିଠାରୁ କାର୍ଯ୍ୟ ବନ୍ଦ କରିବାରୁ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିଛି l ଅନ୍ୟପକ୍ଷରେ ମୋ ବସ୍ କର୍ମଚାରୀ ଙ୍କ ଆନ୍ଦୋଳନ ପାଇଁ ଅଇଁଠାପାଲି ବସ୍ ଟର୍ମିନାଲ ରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି l