ନୟାଗଡ଼ର ଦୁଇଟି ଜୋନରେ ବିଜେପି ଆଗୁଆ
ନୟାଗଡ଼ର ଦୁଇଟି ଜୋନରେ ବିଜେପି ଆଗୁଆ
ନୟାଗଡ: ଆରମ୍ଭ ହୋଇଗଲା ପଞ୍ଚାୟତ ଭୋଟ ଗଣତି ପ୍ରକ୍ରି୍ୟା । ଆଜିଠୁ ତିନି ଦିନ ଧରି ଚାଲିବ ପଂଚାୟତ ନିର୍ବାଚନ ଭୋଟ ଗଣତି । ସକାଳ ୮ଟାରୁ ଗଣତି ଆରମ୍ଭ ହୋଇ ନରିବଚ୍ଛିନ୍ନ ଭାବେ ଚାଲିଛି । ପ୍ରଥମ ଦିନରେ ୩୧୫ଟି ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ହେବ । ରଙ୍ଗ ଅନୁସାରେ ବାଲାଟ ପେପର ସର୍ଟିଂ ପରେ ଭୋଟ ଗଣତି ଆରମ୍ଭ ହେବ । ପ୍ରତି ପଂଚାୟତ ପାଇଁ ଗଣତି ସକାଶେ ଗୋଟିଏ ଟେବୁଲର ବ୍ୟବସ୍ଥା ହୋଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଦାୟିତ୍ୱରେ ରହିଛନ୍ତି। ପ୍ରତି ଟେବୁଲରେ ୨ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ରହିଛନ୍ତି । ସହାୟତା ପାଇଁ ଜଣେ ଚତୁର୍ଥଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି ।
ତେବେ ନୟାଗଡ ଦୁଇଟି ଜୋନରେ ବିଜେପି ଆଗୁଆ। ନୟାଗଡ ଜୋନ ୧୬ରେ ବିଜେପିର ସନ୍ଧ୍ୟାରାଣୀ ସେଠୀ ଆଗୁଆ ଅଛନ୍ତି । ଜୋନ ୧୨ର ବିଜେପିର ସନ୍ତୋଷ ପ୍ରଧାନ ଆଗୁଆ ଥିବା ସୂଚନା ମିଳିଛି । ୨୬, ୨୭ ଓ ୨୮ତାରିଖ, ତିନି ଦିନ ଧରି ଗଣଥି ପ୍ରକ୍ରିୟା ଚାଲିବ ।