ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ବେଳେ ବିଜେପି-ଟିଏମ୍ସି କର୍ମୀ ମୁହାଁମୁହିଁ
ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ବେଳେ ବିଜେପି-ଟିଏମ୍ସି କର୍ମୀ ମୁହାଁମୁହିଁ
କୋଲକାତା: ଆଜି ଥିଲା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ। ଏହି ଅବସରରେ ପଶ୍ଚିମ ବଙ୍ଗର ଭାଟପଡ଼ାରେ ଥିବା ନେଜାତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଯାଉଥିବା ବେଳେ ସେଠାରେ ଭାରତୀୟ ଜନତା ପାର୍ଟି ଓ ତୃଣମୂଳ କଂଗ୍ରେସର କର୍ମକର୍ତ୍ତାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ବିଜେପି ସାଂସଦ ଅର୍ଜୁନ ସିଂହ ସେଠାକୁ ମାଲ୍ୟାର୍ପଣ କରିବାକୁ ଯାଇଥିଲେ, ମାତ୍ର ତୃଣମୂଳ କଂଗ୍ରେସର ନେତାମାନେ ତାଙ୍କୁ ବିରୋଧ କରିଥିଲେ। ତୃଣମୂଳ କର୍ମୀମାନେ ତାଙ୍କୁ ଇଟା ଓ ପଥର ଏବଂ ଲାଠି ଧରି ଆକ୍ରମଣ କରିବାକୁ ଗୋଡ଼ାଇବା ସହିତ ମାଲ୍ୟାର୍ପଣ କରିବାକୁ ଦେଇ ନଥିଲେ। ଫଳରେ ସୁରକ୍ଷା କର୍ମୀଙ୍କୁ ସେଠାରେ ଫାଙ୍କା ଗୁଳି ଚାଳନା କରିବାକୁ ପଡ଼ିଥିଲା। ଅନ୍ୟପକ୍ଷରେ ସାଂସଦଙ୍କୁ ବିରୋଧ କରିବାରୁ ଭାରତୀୟ ଜନତା ପାର୍ଟିର କର୍ମୀମାନେ ସେଠାରେ ପହଞ୍ଚି ତୃଣମୂଳ କର୍ମୀଙ୍କୁ ବିରୋଧ କରିଥିଲେ। ଘଟଣାସ୍ଥଳରେ ଉଭୟ ଗୋଷ୍ଠୀର କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ଠେଲାପେଲା ହୋଇଥିଲା। ନେତାଜୀଙ୍କ ଜୟନ୍ତୀଙ୍କ ମାଲ୍ୟାର୍ପଣକୁ ବିରୋଧ କରିବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି। ନିଜେ ଶ୍ରୀ ସଂହ ମଧ୍ୟ ତୃଣମୂଳ କଂଗ୍ରେସର କର୍ମୀଙ୍କ ଏପରି କାର୍ୟ୍ୟକୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ସେଠାରେ ତାଙ୍କ ଦଳର କେହି କର୍ମୀ ନଥିଲେ ବୋଲି ସଫେଇ ଦିଆଯାଇଛି।