କରୋନା ନେଲା ୫ ଜୀବନ

କରୋନା ନେଲା ୫ ଜୀବନ

କରୋନା ନେଲା ୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ତଳମୁହାଁ ହେଉଥିବାବେଳେ ମୃତୁ୍ୟ ସଂଖ୍ୟାରେ ବ୍ରେକ୍ ଲାଗୁନି । ଆଜି ରାଜ୍ୟରେ ଆଉ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ହଜାର ୫୨୫କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

 ମୃତକଙ୍କ ମଧ୍ୟରେ ବାଲେଶ୍ୱରର ୫୭ବର୍ଷାୟା ମହିଳା, ଭୁବନେଶ୍ୱରର ୪୫ବର୍ଷୟା ମହିଳା, କଟକର ୧୩ବର୍ଷର ବାଳିକା ରହିଥିବା ସୂଚନା ମିଳିଛି । ଏହାସହିତ କେନ୍ଦୁଝର ଜିଲ୍ଲାର ୭୮ବର୍ଷର ଜଣେ ବୃଦ୍ଧା ଓ ସୁନ୍ଦରଗଡ ଜିଲ୍ଲାର ୩୫ବର୍ଷର ଜଣେ ମହିଳା ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।