ନୂଆ ବିଏମସି ବିଲଡିଂ ପରିଦର୍ଶନ କଲେ ୫-ଟି ସଚିବ
ନୂଆ ବିଏମସି ବିଲଡିଂ ପରିଦର୍ଶନ କଲେ ୫-ଟି ସଚିବ
ଭୁବନେଶ୍ୱର: ୫-ଟି ସଚିବ ଭି.କେ ପାଣ୍ଡିଆନ୍ ଆଜି ସତ୍ୟନଗରରେ ନିର୍ମାଣାଧୀନ ବିଏମସିର ନୂଆ ବିଲଡିଂ ଏବଂ ଓ ହବ ପରିଦର୍ଶନ କରି ଅଗ୍ରଗତିର ସମୀକ୍ଷା କରିଛନ୍ତି। ନୂତନ ବିକାଶ କେନ୍ଦ୍ରଗୁଡ଼ିକ କାର୍ୟ୍ୟକ୍ଷମ ହେବା ପାଇଁ ଆବଶ୍ୟକ କାର୍ୟ୍ୟର ଠିକ୍ ସମୟରେ ସମାପ୍ତ ହେବା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡେଲୋଏଟ ଭଳି ବହୁରାଷ୍ଟ୍ରୀୟ କମ୍ପାନି ଆଗ୍ରହ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱରରେ ବହୁରାଷ୍ଟ୍ରୀୟ କମ୍ପାନିମାନଙ୍କର ଏତେ ବଡ଼ ବିକାଶ କେନ୍ଦ୍ର ଖୋଲିବା ଦ୍ବାରା ଯୁବକମାନଙ୍କ ପାଇଁ ବଡ଼ ଚାକିରି ସୁଯୋଗ ସୃଷ୍ଟି କରିବ। ଉଭୟ ବହୁରାଷ୍ଟ୍ରୀୟ କମ୍ପାନି ପ୍ରଥମ ଥର ପାଇଁ ଓଡିଶାରେ ପାଦ ରଖିଛନ୍ତି ଏବଂ ଉଭୟ କେନ୍ଦ୍ର ୨୦୨୨ ଅକ୍ଟୋବର ମଧ୍ୟଭାଗ ସୁଦ୍ଧା କାର୍ୟ୍ୟକ୍ଷମ ହେବାକୁ ଲକ୍ଷ୍ୟ ରଖାଯାଇଛି।
ଏହାସହ ସେ ଭୁବନେଶ୍ବର ସ୍ମାର୍ଟସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ୟ୍ୟର ଅଗ୍ରଗତି ନେଇ ସନ୍ତୋଷ ପ୍ରକାଶ କରିଛନ୍ତି । ଏଠାରେ ସାଧାରଣ ଲୋକଙ୍କ ପାଇଁ ମିଟିଂ ହଲ୍, କ୍ୟାଣ୍ଟିନ ଓ ପାର୍କିଂ ବ୍ୟବସ୍ଥା କରିବାକୁ ସେ ଗୁରୁତ୍ବ ଦେଇଛନ୍ତି। ‘ଓ’ ହବରେ ଦ୍ବିତୀୟ ଟାୱାର ନିର୍ମାଣକୁ ସେ ପ୍ରାଧାନ୍ୟ ଦେଇଛନ୍ତି।




admin 