ନୂଆ ଦଳ ଗଠନ ସଂପର୍କରେ ସୂଚନା ଦେଲେ କ୍ୟାପଟେନ୍‌ ଅମରିନ୍ଦର

ନୂଆ ଦଳ ଗଠନ ସଂପର୍କରେ ସୂଚନା ଦେଲେ କ୍ୟାପଟେନ୍‌ ଅମରିନ୍ଦର

ନୂଆ ଦଳ ଗଠନ ସଂପର୍କରେ ସୂଚନା ଦେଲେ କ୍ୟାପଟେନ୍‌ ଅମରିନ୍ଦର

ଚଣ୍ଡିଗଡ: ନୂଆ ରାଜନୈତିକ ଦଳ ଗଠନ କରିବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ ସଂପର୍କରେ ଘୋଷଣା କରିଛନ୍ତି।  ନୂଆ ରାଜନୈତିକ ଦଳର ନାଁ କ’ଣ ରହିବ ସେ ନେଇ ସେ କିଛି କହିନାହାନ୍ତି। ତେବେ ବିଜେପି କି ଅନ୍ୟ ଦଳ ସହିତ ମେଣ୍ଟ କରିବେ କି ନାହିଁ ସେ ବାବଦରେ କିଛି ସ୍ପଷ୍ଟ କରି ନାହାନ୍ତି। 

ତେବେ ଏହି  ସାମ୍ବାଦିକ ସମ୍ମିଳନୀରେ ଅମରିନ୍ଦର ତାଙ୍କ କାର୍ୟ୍ୟକାଳ ମଧ୍ୟରେ କରାଯାଇଥିବା ଗଠନମୂଳକ କାମ ବିଷୟରେ ସୂଚନା ଦେଇଥିଲେ। 

ଆୟୋଗଙ୍କ ଅନୁମୋଦନ ପରେ ଦଳର ନାଁ ଏବଂ ଚିହ୍ନ ଘୋଷଣା କରାଯିବ। ତାଙ୍କ ଓକିଲମାନେ ଏହା ଉପରେ କାମ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ କ୍ୟାପଟେନ୍ କଂଗ୍ରେସ ନେତା ସିଦ୍ଧୁଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି। କହିଛନ୍ତି, ଯେଉଁଠାରୁ ସିଦ୍ଧୁ ଠିଆ ହେବେ ଆମେ ଏହି ସେହିଠାରୁ ନିର୍ବାଚନ ଲଢ଼ିବୁ। ସମୟ ଆସିଲେ ଆମେ ସମସ୍ତ ୧୧୭ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବୁ। ଏଥିସହ ସିଦ୍ଧୁ କିଛି ଜାଣି ନାହାନ୍ତି, ଅଧିକ ଗପୁଛନ୍ତି। ତାଙ୍କର ମସ୍ତିସ୍କ ହିଁ ନାହିଁ। ସିଦ୍ଧୁ ପିସିସି ସଭାପତି ହେବା ପରେ କଂଗ୍ରେସର ଲୋକପ୍ରିୟତା ୨୫ ପ୍ରତିଶତ ହ୍ରାସ ପାଇଛି ବୋଲି ଅମରିନ୍ଦର ଦାବି କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପଞ୍ଜାବର ପୂର୍ବତନ ସିଏମ କ୍ୟାପଟେନ ଅମରିନ୍ଦର ସିଂ ପାଞ୍ଚ ବର୍ଷ ପୁରୁଣା କଂଗ୍ରେସର ମନିଫେଷ୍ଟୋ ଦେଖାଇଛନ୍ତି। ତାଙ୍କ କାର୍ୟ୍ୟକାଳ ମଧ୍ୟରେ କେତେ କାର୍ୟ୍ୟ କରାଯାଇଛି ତାହା ସେ ଦେଖାଇଛନ୍ତି। କ୍ୟାପଟେନ ଅମରିନ୍ଦର ମଧ୍ୟ କଂଗ୍ରେସ ହାଇକମାଣ୍ଡକୁ ମଧ୍ୟ ଉତ୍ତର ଦେଇଛନ୍ତି।

ସୂଚନା ମୁତାବକ ଗତ ମାସରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଅମରିନ୍ଦର ସିଂ କହିଥିଲେ ଯେ, ସମାନ ବିଚାରଧାରା ରଖୁଥିବା ଦଳ ଯେପରି କି ଅକାଲୀଠାରୁ ଭିନ୍ନ ଦଳ ସହ ମେଣ୍ଟ କରିବା ନେଇ ଚିନ୍ତା କରୁଛନ୍ତି। ତାଙ୍କ ଲୋକ ଏବଂ ତାଙ୍କ ରାଜ୍ୟର ଭବିଷ୍ୟତ ସୁରକ୍ଷିତ ନହେବା ପର୍ୟ୍ୟନ୍ତ ବିଶ୍ରାମ ନେବେ ନାହିଁ ବୋଲି ଦୁଇଥର ମୁଖ୍ୟମନ୍ତ୍ରୀ ହୋଇସାରିଥିବା ଅମରିନ୍ଦର କହିଥିଲେ।