ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର, ରହିବାକୁ ହେବ ସତର୍କ: ଡଏମ୍‌ଇଟି ସିବିକେ ମହାନ୍ତି

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର, ରହିବାକୁ ହେବ ସତର୍କ: ଡଏମ୍‌ଇଟି ସିବିକେ ମହାନ୍ତି

ଓଡ଼ିଶାରେ କରୋନା ସଂକ୍ରମଣ ସ୍ଥିର, ରହିବାକୁ ହେବ ସତର୍କ: ଡଏମ୍‌ଇଟି ସିବିକେ ମହାନ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି। କରୋନାରୁ ଏପର୍ୟ୍ୟନ୍ତ ଆମେ ସଂପୂର୍ଣ୍ଣ ଭାବେ ମୁକ୍ତ ପାଇନାହୁଁ। କରୋନାକୁ ନେଇ ଏମିତି କହିଛନ୍ତି ଡିଏମଇଟି ଡା. ସିବିକେ ମହାନ୍ତି। ଦେଶରେ ଏବେ କରୋନା ସଂକ୍ରମଣ ସେତେ ଅଧିକ ନଥିଲେ ବି କିଛି କିଛି ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ଦେଖାଯାଉଛି ବୋଲି ସେ କହିଛନ୍ତି। ଓଡିଶାରେ ଏବେ ସଂକ୍ରମଣ ସ୍ଥିର ଥିବା ବେଳେ ଏହାକୁ କମ କରିବା ପାଇଁ କରୋନା କଟକଣାକୁ କଡାକଡି ଭାବେ ପାଳନ କରିବାକୁ ପଡିବ ବୋଲି ଡା. ମହାନ୍ତି କହିଛନ୍ତି ।

ଦେଶରେ ସଂକ୍ରମଣ ବଢିବାର ମୁଖ୍ୟତଃ ଦୁଇଟି କାରଣ ହୋଇପାରେ ବୋଲି ସେ କହିଛନ୍ତି । ଗୋଟେ ହେଲା ଲୋକମାନେ କିପରି ନିୟମ ମାନୁଛନ୍ତି ଓ ଆଉ ଗୋଟେ ହେଲା ଭୂତାଣୁର ଗୁଣସୂତ୍ର ପରିବର୍ତ୍ତନ ହେବା । କିନ୍ତୁ ଗଲା ୭ ଦିନ ଭିତରେ ରାଜ୍ୟରେ ସଂକ୍ରମଣ ୪୦୦ରୁ ୬୦୦ଭିତରେ ରହୁଛି । ତେବେ ବିଶ୍ୱର କିଛି ଦେଶରେ ସଂକ୍ରମଣ ବଢିଥିଲେ ବି ଓଡିଶାରେରେ ସଂକ୍ରମଣ ସ୍ଥିର ରହିଛି ।


ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ପର୍ୟ୍ୟନ୍ତ କରୋନା ପୂର୍ଣ୍ଣ ରୂପେ ପ୍ରତିହତ ନ ହୋଇଛି ସେ ପର୍ୟ୍ୟନ୍ତ କଡାକଡି ନିୟମ ପାଳନ କରିବାକୁ ପଡିବ । ଅନ୍ୟ ରାଜ୍ୟକୁ ଯାତ୍ରା କରିବା ପାଇଁ ଯେହେତୁ ସେତେଟା କଟକଣା ନାହିଁ, ତେଣୁ ଏ ଦିଗ ଉପରେ ମଧ୍ୟ ଲୋକଙ୍କୁ ଧ୍ୟାନ ଦେବାକୁ ପଡିବ । ଟେଷ୍ଟିଙ୍ଗ, ଟ୍ରାକିଙ୍ଗ, ଟ୍ରିଟମେଣ୍ଟ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବାକୁ ପଡିବ । ଏଥିପାଇଁ ଓଡିଶା ସବୁ କ୍ଷେତ୍ରରେ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି । ଅନ୍ୟପଟେ ଦଶହରା ପରେ ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି।