ନିଷିଦ୍ଧ ସତ୍ତ୍ୱେ ବିହାରବାସୀ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ ପିଉଛନ୍ତି

ନିଷିଦ୍ଧ ସତ୍ତ୍ୱେ ବିହାରବାସୀ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ ପିଉଛନ୍ତି

ନିଷିଦ୍ଧ ସତ୍ତ୍ୱେ ବିହାରବାସୀ ମହାରାଷ୍ଟ୍ର ଅପେକ୍ଷା ଅଧିକ ମଦ ପିଉଛନ୍ତି
ନୂଆଦିଲ୍ଲୀ: ଚାରିବର୍ଷ ତଳେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୨୦୧୬ ମସିହାରେ ରାଜ୍ୟରେ ମଦବିକି୍ର କୁ ନିଷିଦ୍ଧ ଘୋଷଣା କରିଥିଲେ । ଫଳରେ ସମଗ୍ର ଦେଶରେ ବିହାର ସମ୍ମାନର ସହ ଏକ ମହତ ଉଦେ୍ଧଶ୍ୟ ପାଇଁ ସୁରାବିହୀନ ରାଜ୍ୟ ଭାବେ ପରିଗଣିତ ହେଲା । ମାତ୍ର ବିଡମ୍ବନାର ବିଷୟ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ଦ୍ୱାରା କରାଯାଇଥିବା ସଦ୍ୟ ଅନୁଧ୍ୟାନରୁ ମହାରାଷ୍ଟ୍ର ଅପେକ୍ଷା ବିହାରରେ ଅଧିକ ମଦ୍ୟ ସେବନ ହେଉଥିବା ଜଣାଯାଇଛି । ଏହି ସର୍ବେକ୍ଷଣ ଅନୁଯାୟୀ, ବିହାରରେ ୧୫ ବର୍ଷରୁ ଅଧିକ ବୟସ୍କ ପୁରୁଷଙ୍କ ମଧ୍ୟରୁ ସାଢେ଼ ୧୫ ପ୍ରତିଶତ ମଦ୍ୟ ସେବନ କରିଥାନ୍ତି । ଏଥି ସହିତ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ହିଁ ଅଧିକ ମଦତ ବ୍ୟବହାର ହେଉଛି । ଗ୍ରାମାଞ୍ଚଳରେ ତାହା ୧୫.୮ ପ୍ରତିଶତ ଥିବା ବେଳେ ସହରବାସୀଙ୍କ ପାଇଁ ୧୪ ପ୍ରତିଶତ ରହିଛି । ଅପରପକ୍ଷେ, ମହାରାଷ୍ଟ୍ର ଯେଉଁଠି ମଦ ଉପରେ କୌଣସି କଟକଣା ଲଗାଯାଇନାହିଁ, ସେଠାରେ ମାତ୍ର ୧୩.୯ ପ୍ରତିଶତ ପୁରୁଷ ମଦ ସେବନ କରୁଛନ୍ତି । ସେହିପରି ସହରାଞ୍ଚଳ ୧୩ ପ୍ରତିଶତ ଓ ଗ୍ରାମାଞ୍ଚଳରେ ୧୪.୭ ପ୍ରତିଶତ ଏହା ଗ୍ରହଣ କରିଥାନ୍ତି । ସେହିପରି ମହିଳାଙ୍କ କଥା ବିଚାରକୁ ନେଲେ ଉଭୟ ବିହାର ଓ ମହାରାଷ୍ଟ୍ରରେ ୦.୪ ପ୍ରତିଶତ ମହିଳା ମଦ ସେବନ କରିଥାନ୍ତି । ତେବେ ବିହାରର ସହରାଞ୍ଚଳରେ ମହିଳାମାନେ ମହାରାଷ୍ଟ୍ର ତୁଳାନରେ ଅଧିକ ସଂଖ୍ୟାରେ ମଦ ପିଇଥାନ୍ତି ।