ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ନବୀନ: ଜୟନାରାୟଣ

ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ନବୀନ: ଜୟନାରାୟଣ

ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ନବୀନ: ଜୟନାରାୟଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଛନ୍ତି ।
ଗତକାଲି ପଦ୍ମପୁରରେ ବିଜେଡି ଠାରୁ ବହୁ ଭୋଟରେ ମାତ ଖାଇବା ପରେ ଆଜି ଶ୍ରୀ ମିଶ୍ର କହିଛନ୍ତି ଯେ  ପଦ୍ମପୁର ପରାଜୟର ସମୀକ୍ଷା ହେବ ।

ଗତ ଥର ଠାରୁ ବିଜେପିକୁ ଅଧିକ ଭୋଟ ମିଳିଛି । କିନ୍ତୁ ବ୍ୟବଧାନ ଅଧିକ ।  ହାରିବାର ଅନେକ କାରଣ ଅଛି । ତେବେ ବିଜେଡି ବିଜୟରେ ଅର୍ଥ ଏକ ବଡ଼ ଫ୍ୟାକ୍ଟର ।  ନାରୀ ନିର୍ଯାତନାରେ ଓଡ଼ିଶା ୧ ନଂ ବୋଲି କହିବା ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବ୍ୟକ୍ତିଗତ ଆକ୍ଷେପ ହୋଇନଥିବା ଶ୍ରୀ ମିଶ୍ର କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ବର୍ଷା ପଦ୍ମପୁରରର ଝିଅ ଓ କଣାସର ବୋହୂ ।  ଓଡ଼ିଆ ସ୍ପଷ୍ଟ ନୁ୍ୟଜ ଏଥିରେ ଅସତ୍ୟ କ’ଣ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି । ସେହିପରି କଂଗ୍ରେସ ଭୋଟ ସମ୍ପୂର୍ଣ୍ଣଭାବେ ବିଜେଡି ନେଲା, ଯାହା ବିଜେପି ପାଇଁ ବିପଦ ହେଲା ।  ବିଜେଡି ଜିତିବାର କାରଣ ଅର୍ଥବଳ, ବାହୁବଳ ଓ ସରକାରୀ କଳ ।  ନବୀନ ପଟ୍ଟନାୟକ ନିର୍ବାଚନକୁ ବ୍ୟୟବହୁଳ କରିଦେଲେଣି ।  ୨୦୨୪ରେ ବ୍ୟାପକ ଲଢେଇ ହେବ । ଓଡ଼ିାା ରାଜନୀତିରୁ କଂଗ୍ରେସ ବାହାରି ଗଲାଣି ବୋଲି ଶ୍ରୀ ମିଶ୍ର କହିଛନ୍ତି ।