ନିଯୁକ୍ତ ହେବେ ୨୭୪ ସହକାରୀ ପ୍ରଫେସର

ନିଯୁକ୍ତ ହେବେ ୨୭୪ ସହକାରୀ ପ୍ରଫେସର

ନିଯୁକ୍ତ ହେବେ ୨୭୪ ସହକାରୀ ପ୍ରଫେସର

 

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ସୁପାରିସ କ୍ରମେ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଦ୍ବାରା ଚଳିତ ବର୍ଷ ୨୩ଟି ବ୍ରଡ ସ୍ପେଶିଆଲିଟି ବିଭାଗରେ ୨୪୯ ସହକାରୀ ପ୍ରଫେସରଙ୍କୁ ବିଭିନ୍ନ ସରକାରୀ ଭେଷଜ ମହାବିଦ୍ୟାଳୟରେ ନିଯୁକ୍ତି ଦେଇଛନ୍ତି।

ଗୁରୁବାର ପୁନଃ ୨୨ଟି ବ୍ରଡ୍‌-ସ୍ପେଶିଆଲିଟି ବିଭାଗରେ ମୋଟ ୨୭୪ ସହକାରୀ ପ୍ରଫେସର ପଦବୀ ପୂରଣ ଉଦ୍ଦେଶ୍ୟରେ ମନୋନୟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓପିଏସ୍‌ସିକୁ ଅନୁରୋଧ କରିଛନ୍ତି। ଏହି ପଦଗୁଡ଼ିକ ପୂରଣ ହେବା ଦ୍ବାରା ଭେଷଜ ମହାବିଦ୍ୟାଳୟରେ ଏମ୍‌ବିବିଏସ୍‌ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଉନ୍ନତି ଆସିବା ସହ ରୋଗୀ ଚିକିତ୍ସାରେ ମଧ୍ୟ ଅଧିକ ସୁଧାର ଆସିପାରିବ।