ନିମାପଡା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଜଳମୟ
ନିମାପଡା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଜଳମୟ
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିସ୍ଥିତି ଉଦବେଗଜନକ ଥିବା ବେଳେ କୁଳ ଲଘୁଂଛି ଗୋଟିଏ ପରେ ଗୋଟିଏ ନଦୀ। ଗତକାଲି ରାତିରେ ଧନୁଆ ନଦୀ କୂଳ ଲଙ୍ଘିବାରୁ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତା ଉପରେ ପ୍ରବାହିତ ହେଉଛି ବନ୍ୟାପାଣି । ଫଳରେ ନିମାପଡ଼ା-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଛି ।
ଧନୁଆ ନଦୀ କୂଳ ଲଙ୍ଘିବାରୁ ଗରପଦାଠାରେ ରାସ୍ତାରେ ୨ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏହାବାଦ ଧନୁଆ ଛକ ରାସ୍ତା ଉପରେ ୩ ଫୁଟ୍ ପାଣି ପାଇଁ ପ୍ରବାହିତ ହୋଇଛି । ବଳଙ୍ଗା-ନିମାପଡ଼ା ମୁଖ୍ୟ ରାସ୍ତାର ଧନୁଆ ଛକରେ ବି ପାଣି ଚାଲିବାରୁ ଗମନାଗମନ ବନ୍ଦ ହୋଇଯାଇଛି ।
ସେହିପରି ବାଘମାରିରେ ବନ୍ୟା ଜଳ ପ୍ରବାହିତ ହୋଇ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥ-୫୭ ବାଘମାରିଠାରେ ବୁଡ଼ିଯାଇଛି । ମହାନଦୀର ଶାଖା ନଦୀ ରଣ ନଦୀର ପାଣି ରାସ୍ତା ଉପରେ ପ୍ରାୟ ଦେଢ଼ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି । ତେଣୁ ଯାତାୟାତ ବାଧାପ୍ରାପ୍ତ ହୋଇପଡ଼ିଛି । ଅଟ୍ରି ଉଷ୍ଣ ପ୍ରସବଣ ଭିତରେ ବି ୫ ଫୁଟ୍ର ବନ୍ୟାଜଳ ପଶିଛି ।