ନିଦରେ ଉତ୍ପନ୍ନ ମସ୍ତଷ୍କ ତରଙ୍ଗ ସ୍ତୃତିଶକ୍ତି ବଢାଏ
ନିଦରେ ଉତ୍ପନ୍ନ ମସ୍ତଷ୍କ ତରଙ୍ଗ ସ୍ତୃତିଶକ୍ତି ବଢାଏ
admin
May 20, 2019 - 07:51
Updated: May 20, 2019 - 07:51
ସଦ୍ୟ ଅଧ୍ୟୟନ ଅନୁସାରେ, ଶୋଇବା ସମୟରେ ଉତ୍ପନ୍ନ ହେଉଥିବା ମସ୍କଷ୍କ ତରଙ୍ଗ ସୃତିରେ ନୂଆ ସୂଚନା ଗଚ୍ଚିତ କରିବାରେ ଆମକୁ ସାହାର୍ଯ୍ୟ କରେ । ଶିଖିଥିବା ସୂଚନା କିପରି ଶୋଇବା ସମୟରେ ବିଶ୍ୱସନୀୟ ସ୍ମୃତିରେ ପରିବର୍ତନ ହୋଇଥାଏ, ନ୍ୟୁରୋଇମେଜ ପତ୍ରିକାରେ ପ୍ରକାଶିତ ଏହି ଅଧ୍ୟୟନ ତାହା ଦର୍ଶାଇଛି । ଶୋଇବା ଓ ସ୍ମୃତି ମଧ୍ୟରେ ନିବିଡ ସମ୍ପର୍କ ସମ୍ପର୍କ ବିଷୟ ନୂଆ ନୁହେଁ । ତେବେ ମସ୍ତିଷ୍କ ତଥ୍ୟ ଓ ଚେହେରା ଭଳି ସୂଚନା ସଂସ୍ପର୍ଶରେ ଆସିବା ପରେ ସେଗୁଡିକୁ କିପରି ଗଚ୍ଚିତ କରେ, ସେ ବିଷୟରେ କାନାଡାର କନକରଡିୟା ଯୁନିଭର୍ସିଟି ଓ ବେଲଜିୟମର ଲିଗ ୟୁନିଭର୍ସିଟିର ଗବେଷକମାନେ ଅଧ୍ୟୟନ କରିଛନ୍ତି । ମୁଖ୍ୟତଃ ଦ୍ୱିତୀୟ ପର୍ଯ୍ୟାୟ ନିଦ ଅର୍ଥାତ ଗଭୀର ନିଦ ଅର୍ଥାତ ଗଭୀର ନିଦ ଅର୍ଥାତ ଗଭୀର ନିଦର ଠିକ ପୂର୍ବରୁ ନ୍ୟୁରେନ୍ସ ଦ୍ୱାରା ମସ୍ତିଷ୍କ ତରଙ୍ଗ ଉତ୍ପନ୍ନ ହୋଇଥାଏ । ମେଡିକାଲ ଇମେଜିଂ ମେସିନ ବ୍ୟବହାର କରି ଏହି ତରଙ୍ଗ ଉତ୍ପନ୍ନ ହୋଇଥାଏ । ମେଡିକାଲ ଇମେଜିଂ ମେସିନ ବ୍ୟବହାର କରି ଏହି ତାରଙ୍ଗ ସମ୍ପର୍କିତ ମସ୍ତିଷ୍କ କାର୍ଯ୍ୟକଳାନ ଆକଳନ କରିବାରେ ଗବେଷକମାନେ ସମର୍ଥ ହୋଇଥିଲେ । ଏଥିରୁ ଜଣାପଡିଲା ,ସୂଚନାକୁ ସ୍ମୃତିରେ ଗଚ୍ଚିତ କରିବାରେ ମଦ୍ତଷ୍କ ତରଙ୍ଗ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ସ୍ମୃତି ଶକ୍ତି ବୃଦ୍ଧିରେ ଏହାର ପ୍ରଭାବ ରହିଛି ବୋଲି ଅଧ୍ୟୟନକର୍ତା ଡାଙ୍ଗ-ଭୁ କହିଛନ୍ତି ।