ନିଜ ସନ୍ତାନକୁ ବଞ୍ଚାଇବାକୁ ଯାଇ ମା’ର ମୃତୁ୍ୟ

ନିଜ ସନ୍ତାନକୁ ବଞ୍ଚାଇବାକୁ ଯାଇ ମା’ର ମୃତୁ୍ୟ

ନିଜ ସନ୍ତାନକୁ ବଞ୍ଚାଇବାକୁ ଯାଇ ମା’ର ମୃତୁ୍ୟ

ଦଶରଥପୁର: ନିଜ ସନ୍ତାନ ପାଇଁ ମା ସବୁ କିଛି କରିପାରେ ମା । ଏମିତିକି ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଇଥାଏ । ଯାହା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଦେଉଳବାଡ଼ି ଗ୍ରାମରେ । ଗ୍ରାମର ଚିନ୍ମୟ ରାଉତ ୨୦୧୯ ଏପି୍ରଲରେ ରାହାସୋଇ ଗ୍ରାମର ପ୍ରିୟଦର୍ଶିନୀ (୨୫)ଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଅପରାହ୍ନରେ ପୁଅକୁ ଶୁଆଇ ଦେଇ ଘରେ କାମରେ ବ୍ୟସ୍ତ ଥିବା ପ୍ରିୟଦର୍ଶିନୀ କିଛି ସମୟ ବ୍ୟବଧାନରେ ପୁଅ ଶୋଇବା ଘରକୁ ଆସି ଏକ ନାଗ ସାପ ପୁଅ ନିକଟକୁ ଯାଉଥିବାର ଦେଖିଥିଲେ । ପୁଅକୁ ବଞ୍ଚାଇବାକୁ ଯାଇ ପ୍ରିୟଦର୍ଶିନୀ ସାପଟିକୁ ହାତରେ ଧରି ଟାଣି ଆଣିବା ସମୟରେ ସାପ ତାଙ୍କ ଡାହାଣ ହାତକୁ ଦଂଶନ କରିଥିଲା । ପ୍ରିୟଦର୍ଶିନୀ ଙ୍କୁ ପରିବାର ଲୋକେ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା ।