ପ୍ଲଟିଂ ସ୍କିମରେ ବିଡିଏଠାରୁ ଜାଗା କିଣି ଘର ନ କଲେ ନେଇଯିବ ବିଡିଏ

ପ୍ଲଟିଂ ସ୍କିମରେ ବିଡିଏଠାରୁ ଜାଗା କିଣି ଘର ନ କଲେ ନେଇଯିବ ବିଡିଏ

 ପ୍ଲଟିଂ ସ୍କିମରେ ବିଡିଏଠାରୁ ଜାଗା କିଣି ଘର ନ କଲେ ନେଇଯିବ ବିଡିଏ

ଭୁବନେଶ୍ୱର: କୌଣସି ହାଉସିଂ ବା ପ୍ଲଟିଂ ସ୍କିମରେ ବିଡିଏଠାରୁ ଜାଗା କିଣିଛନ୍ତି କି? ତା ହେଲେ ସାବଧାନ । ବିଡିଏ ଦ୍ୱାରା ଆବଣ୍ଟିତ ଆବାସିକ ଜମି କିଣିବା ପରେ ଏଥିରେ ଘର ତିଆରି ନ କରି ଖାଲି ପକାଇଥିଲେ ଅକଳରେ ପଡ଼ିବେ । ବିଡିଏ ଜମି ଆବଣ୍ଟନକୁ ବାତିଲ କରି ଦେବ । ଲିଜ ଡିଡ ଓ ଏନଓସି ବି ମିଳିବନି । ନିୟମ ଖିଲାପକାରୀଙ୍କୁ ଏଭଳି ଚେତାବନୀ ଦେଇଛି ବିଡିଏ । ୨୦୧୨ ଠାରୁ ବିଡିଏ ଦ୍ୱାରା ଆବଣ୍ଟିତ ଜମିରେ ଅନେକ ଜମି ହାତେଇଥିଲେ ବି ଏହି ଜମିକୁ ଫାଙ୍କା ପକାଇଛନ୍ତି । ସେଠାରେ କୌଣସି କୋର ଘର ବା ସମ୍ପୂର୍ଣ୍ଣ ଘର ତିଆରି କରି ନାହାନ୍ତି । ଅନେକ ଲୋକ ବିଡିଏ ଦ୍ୱାରା ଆବଣ୍ଟିତ ଜମିକୁ ୧୦ ବର୍ଷରୁ ଅଧିକ ସମୟ ପକାଇ ରଖୁଛନ୍ତି । ଜମିର ମୂଲ୍ୟ ବହୁଗୁଣା ହେବା ପରେ ଏହାକୁ ଉଚ୍ଚା ଦରରେ ବିଲ୍ଡରର୍ସ ବିକୁଛନ୍ତି । ଏହା ବିଡିଏ ନିୟମର ଖୋଲା ଉଲ୍ଲଂଘନ । ଏଭଳି ଜମି ବିକି୍ର ସମ୍ପର୍କିତ ଅନେକ ମାମଲା ନଜରକୁ ଆସିବା ପରେ ବିଡିଏ କଠୋର ହୋଇଛି । ବିଡିଏ ପକ୍ଷରୁ ବସିଥିବା ୧୩୯ ତମ ଅଥରିଟି ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା । ବିଡିଏ ନିଦେ୍ର୍ଧଶନାମା ଜାରି କରି ସମସ୍ତ ଜମି ଆବଣ୍ଟନକାରୀଙ୍କୁ ଜଣାଇଛି, ବିଡିଏ ଆବଣ୍ଟନ କରିଥିବା ଜମିରେ ୫ ବର୍ଷ ଭିତରେ ଘର ତିଆରି କରିବେ । ନଚେତ ବିଡିଏ ଲଜି ଡିଡ ଓ ଏନଓସି ଦେବନି ।