ନାଳରେ ପଶିଗଲା କାର
ନାଳରେ ପଶିଗଲା କାର
ବାଙ୍କୀ : ନାଳରେ ପଡ଼ିଗଲା କାର୍। ନାଳରେ ବନ୍ୟା ପାଣି ଥିବା ଯୋଗୁ କାର୍ଟି ବୁଡ଼ି ଯାଇଥିଲା। ତେବେ ଏଥିରେ ଥିବା ଦୁଇ ଜଣ ବ୍ୟକ୍ତି ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ଥାନା ଅଞ୍ଚଳରେ।
ଆଜି ସକାଳେ ଦୁଇ ଜଣ ବ୍ୟକ୍ତି ଏକ କାର୍ ଯୋଗେ ବିଲିପଡ଼ାରୁ ଵାଙ୍କୀ ଟାଉନ୍ ଅଭିମୁଖେ ଆସୁଥିଲେ। ତେବେ କୟାଁନାଳ ଉପରେ ଥିବା ଛୋଟ୍ ବ୍ରିଜ୍ ଉପରେ କାର୍ଟି ଭାରସାମ୍ୟ ହରାଇଥିଲା ଏବଂ ଏହା ନାଳରେ ପଡ଼ି ଯାଇଥିଲା।
କାର୍ଟି ନାଳରେ ପଡ଼ିଯିବା ଦେଖି ଗାଁ ଲୋକେ ସେଠାରେ ସଙ୍ଗେ ସଙ୍ଗେ ରୁଣ୍ଡ ହୋଇଯାଇଥିଲେ। ସେମାନେ ମିଶି ପ୍ରଥମେ କାର୍ରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ତା’ପରେ କାର୍ଟିକୁ ପାଣିରୁ ବାହାର କରିଥିଲେ। କାର୍ରେ ଥିବା ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତିଙ୍କର କିଛି ହୋଇନାହିଁ।




admin 