ନାଟ ମଣ୍ଡପ ଫାଟର ଯାଞ୍ଚ୍

ନାଟ ମଣ୍ଡପ ଫାଟର ଯାଞ୍ଚ୍

ନାଟ ମଣ୍ଡପ ଫାଟର ଯାଞ୍ଚ୍


ପୁରୀ : ପୁରୀ ଏଏସ୍‌ଆଇର ବିଶେଷଜ୍ଞ ଟିମ୍। ଶ୍ରୀମନ୍ଦିର ନାଟ ମଣ୍ଡପ ଫାଟର ଯାଞ୍ଚ୍ କରୁଛି ଟିମ୍। ଅତିରିକ୍ତ ଡିଜିଙ୍କ ନେତୃତ୍ଵରେ ଏଏସ୍‌ଆଇ ଟିମ୍‌ ଯାଞ୍ଚ୍ କରୁଛି । ଆମିକସ୍ କ୍ୟୁରି ଏନ୍.କେ ମହାନ୍ତି ଓ ପ୍ରତ୍ନତତ୍ତ୍ଵ ବିଭାଗ ଅଧିକ୍ଷକ ଉପସ୍ଥିତ ଅଛନ୍ତି ।

ଖବର ଅନୁଯାୟୀ, ନାଟମଣ୍ଡପରେ ଲଗାଯାଇଥିବା କ୍ରାକ୍ ମିଟର ରିଡିଂ ଉପରେ ଗୁରୁତ୍ୱ ଦିଆଯିବ। ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଓ ବିମ୍‌ର ମରାମତି ସମ୍ପର୍କରେ ସବିଶେଷ ଆଲୋଚନା ହେବ। ଏପିରିକି ନାଟମଣ୍ଡପ ବିମ୍‌ରେ ଥିବା ଫାଟ ମେଲୁଛି କି ନାହିଁ ତାହାର ତର୍ଜମା ହେବ। ଗରୁଡ଼ ସ୍ତମ୍ଭ ଉପର ବିମରେ ଉପୁଜିଥିବା ଫାଟକୁ ଅତି ନିଖୁଣ ଭାବରେ ଯାଞ୍ଚ୍ କରାଯିବ। ଏହି ଫାଟ ମେଲୁଛି କି ନାହିଁ ଏବଂ ବିପଦ ରହିଛି କି ନାହିଁ କ୍ରାକ୍ ମିଟର ରିଡିଂ ମାଧ୍ୟମରେ ତର୍ଜମା କରାଯାଉଛି ।