ନାଗକୁ ନିର୍ୟାତନା ଦେଇ ଗିରଫ ହେଲେ ସାପଧରାଳି
ନାଗକୁ ନିର୍ୟାତନା ଦେଇ ଗିରଫ ହେଲେ ସାପଧରାଳି
ବଲାଙ୍ଗିର: ନାଗକୁ ନିର୍ୟାତନା ଦେଇ ଗିରଫ ହେଲେ ସାପଧରାଳି ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ବିଲେଇସର୍ଡା ଗାଁର ବୀରଳା ବିଶ୍ୱାଳ ଓରଫ ବୀର।
ବୀର ଏକ ନାଗ ସାପକୁ ଧରି ତାର ଦାନ୍ତକୁ ନେଲ୍ କଟରରେ କାଟୁଥିବାର ଭିଡିଓ ଭାଇରାଲ ହୋଇଥିଲା। ଏହା ଦେଖିବା ପରେ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରି ବନ ବିଭାଗର ଦ୍ୱାରସ୍ଥ ହୋଇଥିଲେ ବଲାଙ୍ଗିର ସ୍ନେକ ହେଲ୍ପ ଲାଇନର ସଦସ୍ୟ।
ଏହା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ ବନ ବିଭାଗ କର୍ମଚାରୀ। ଗତକାଲି ବିଲମ୍ୱିତ ରାତିରେ ବୀରଳାଙ୍କୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ। ଗିରଫ ବୀରଳା ବିଶ୍ୱାଳଙ୍କୁ ପଚରା ଉଚରା କରାଯାଉଛି।
ବୀରଳା ସଫେଇ ଦେଇଛନ୍ତି ଯେ ସାପର ମୁଣ୍ଡରେ କଣ୍ଟା ଲାଗି ଯାଇଥିବାରୁ ତାକୁ ସେ ନେଲ କଟରରେ ବାହାର କରୁଥିଲେ।




admin 