ନାଏବ ସରପଞ୍ଚ ନିର୍ବାଚନ ସରିଲା, ବ୍ଲକ ଅଧ୍ୟକ୍ଷ ଭୋଟ କାଲି

ନାଏବ ସରପଞ୍ଚ ନିର୍ବାଚନ ସରିଲା, ବ୍ଲକ ଅଧ୍ୟକ୍ଷ ଭୋଟ କାଲି

ନାଏବ ସରପଞ୍ଚ ନିର୍ବାଚନ ସରିଲା, ବ୍ଲକ ଅଧ୍ୟକ୍ଷ ଭୋଟ କାଲି
ଭୁବନେଶ୍ୱର: ରାଜ୍ୟର ସମସ୍ତ ଗ୍ରାମପଂଚାୟତର ନାଏବ୍ ସରପଂଚ ପଦବୀ ନିମନ୍ତେ ଆଜି ପରୋକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆସନ୍ତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେବ । ନାଏବ ସରପଞ୍ଚ ଭୋଟ ପାଇଁ ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ନାମାଙ୍କନପତ୍ର ଗ୍ରହଣ କରିଥିଲେ । ଦିନ ୧୧ଟାରୁ ୧୧ଟା ୩୦ ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ ହୋଇଥିଲା । ମଧ୍ୟାହ୍ନ ୧୨ଟା ପୂର୍ବରୁ କେତେକ ପଞ୍ଚାୟତରେ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିଥିଲେ । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହୋଇଥିଲା ଓ ମତଦାନ ପରେପରେ ମତଗଣନା କରି ଫଳାଫଳ ଘୋଷଣା ହୋଇଥିଲା ଦିନ ୧ଟା ପରେ। ପ୍ରାୟତଃ ଶାସକ ଦଳ ସମର୍ଥିତ ପ୍ରାର୍ଥୀ ବିଜୟୀ ହୋଇଥିବାବେଳେ ବହୁ ଆସନରେ ବିରୋଧୀ ବି ନାଏବ ସରପଞ୍ଚ ଆସନ ଦଖଲ କରିଛନ୍ତି। ଆସନ୍ତକାଲି ବ୍ଲକ ଅଧ୍ୟକ୍ଷ ନିର୍ବାଚନ ହେବ ।