ନର୍ସ ନିହାରିକା ହତ୍ୟାକାଣ୍ଡର ବଡ ଖୁଲାସା

ନର୍ସ ନିହାରିକା ହତ୍ୟାକାଣ୍ଡର ବଡ ଖୁଲାସା

ନର୍ସ ନିହାରିକା ହତ୍ୟାକାଣ୍ଡର ବଡ ଖୁଲାସା
ଜଗତସିଂହପୁର: ବାଲିପାଟଣା ବ୍ଲକ ଭିଙ୍ଗାରପୁର ଗ୍ରାମର ନର୍ସ ନୀହାରିକାଙ୍କ ମୃତଦେହ ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ମିଳିବା ଘଟଣାରେ ଏକ ବଡ଼ ଖୁଲାସା ହୋଇଛି । କଟକରେ ହିଁ ନର୍ସ ନୀହାରିକାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି । ନୀହାରିକାଙ୍କୁ ହତ୍ୟା ନେଇ ପ୍ରମାଣ ହସ୍ତଗତ ହୋଇଛି । କଟକରୁ ମୃତଦେହ ସ୍ଥାନାନ୍ତର ବେଳର ଏକ ସିସିଟିଭି ଫୁଟେଜ ଅଛି । ଅଖାରେ ଭର୍ତ୍ତି କରି ବାଇକରେ ମୃତଦେହ ନେବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ନର୍ସ ନୀହାରିକାଙ୍କୁ ଯୋଜନାବଦ୍ଧଭାବେ ହତ୍ୟା କରାଯାଇଛି । ନୀହାରିକା ମୃତୁ୍ୟ ନେଇ ପୁଲିସ ମୁଖ୍ୟାଳୟରୁ ଏହି ଚାଞ୍ଚଲ୍ୟକର ତଥ୍ୟ ମିଳିଛି । ପ୍ରକାଶଯେ, ମୃତଦେହ ମିଳିବା ପର ଠାରୁ ଫେରାର ଥିବା ନୀହାରିକାଙ୍କ ବୟଫ୍ରେଣ୍ଡ ରାଜା ଆଞ୍ଚଲ ପୁଲିସ ନିକଟରେ ଗତକାଲି ଆତ୍ମସମର୍ପଣ କରିଥିଲା । ଏହା ପରେ ପୁଲିସ ରାଜାକୁ ଏକ ଅଜ୍ଞାତ ଅଞ୍ଚଳରେ ପଚରାଉଚୁରା କରୁଥିଲା । ଗତ ୩ ଦିନ ତଳେ ବିଲୁଆଖାଇ ନଦୀ ପଠାରୁ ନୀହାରିକାଙ୍କ ମୃତଦେହ ଏକ ଅଖାରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା ।