ନବୀନ ନିବାସରେ କମଲ ହାସନ

ନବୀନ ନିବାସରେ କମଲ ହାସନ

ନବୀନ ନିବାସରେ କମଲ ହାସନ
ଭୁବନେଶ୍ୱର: ପ୍ରସିଦ୍ଧ ଅଭିନେତା କମଲ ହାସନ ଆଜି ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ନିକଟରେ ରାଜନୀତିକୁ ପ୍ରବେଶ କରିଥିବା ସାଉଥ ସୁପରଷ୍ଟାର ତଥା ଏମଏନଏମ (ମକ୍କଲ ନିଧି ମୟମ) ମୁଖ୍ୟ ଶ୍ରୀ ହାସନ ମୁଖ୍ୟମନ୍ତ୍ରୀଙ୍କ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ, ନବୀନଙ୍କ ସଫଳ ରାଜନୈତିକ କ୍ୟାରିୟର ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ । ମୁଁ ତାଙ୍କ ଜୀବନଶୈଳୀ ଓ ସଫଳତାରେ ପ୍ରଭାବିତ । ତାଙ୍କଠାରୁ ଅନେକ କିଛି ଶିଖିବାର ଅଛି । ତାମିଲନାଡ଼ୁ ଆସନ୍ତା ୫ ବର୍ଷ ମଧ୍ୟରେ ସମୃଦ୍ଧ କରିବାକୁ ଆମେ ବିଚାର କରୁଛୁ । ସେ ଦିନରେ ଏମଏନଏମ କାମ କରୁଛି । ନବୀନ ମଧ୍ୟ କମଲଙ୍କ ସଫଳ ରାଜନୈତିକ ଭବିଷ୍ୟତ କାମନା କରିଥିଲେ । ଏହାଛଡ଼ା ସେ ଓଡ଼ିଶାର ଦର୍ଶନୀୟ ସ୍ଥାନ ପରିଭ୍ରମଣ କରିବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ ଜଣାଇଥିଲେ । କମଲ ନବୀନ ନିବାସରେ ପହଞ୍ଚିବା ପରେ ନବୀନ ଓ ତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ ଏ ପ୍ରସିଦ୍ଧ ଅଭିନେତାଙ୍କୁ ଉପଢେ଼øକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । କମଲଙ୍କୁ ବିମାନବନ୍ଦରରୁ ବିଜେଡି କର୍ମୀମାନେ ସ୍ୱାଗତ ଜଣାଇଥିଲେ ।