ନବଙ୍କ ମୃତ୍ୟୁ ପଛରେ ଉପକୂଳ ନେତାଙ୍କ ରହିଛି ହାତ

ନବଙ୍କ ମୃତ୍ୟୁ ପଛରେ ଉପକୂଳ ନେତାଙ୍କ ରହିଛି ହାତ

ନବଙ୍କ ମୃତ୍ୟୁ ପଛରେ ଉପକୂଳ ନେତାଙ୍କ ରହିଛି ହାତ

ଭୁବନେଶ୍ୱର:  ନବ ଦାସ ହତ୍ୟା ମାମଲା ପଛରେ ରହିଛନ୍ତି ଉପକୂଳ ଓଡିଶାର ଜଣେ ପ୍ରଭାବଶାଳୀ ନେତା । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଆଜି ଏପରି ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ନବ ଦାସ ବ୍ୟବସାୟ କରୁଥିଲେ । ତାଙ୍କର ବ୍ୟବସାୟିକ ସାମ୍ରାଜ୍ୟ ଶେଷ କରି ନିଜେ କିଭଳି ଟଙ୍କା ରୋଜଗାର କରିବେ ଲକ୍ଷ୍ୟ ରଖି ଷଡଯନ୍ତ୍ର କରାଯାଇଛି ।
ତେଣୁ ତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ହୋଇଛି । ତେଣୁ ଏହା ବ୍ୟବସାୟ ପାଇଁ ରାଜନୈତିକ ହତ୍ୟା ବୋଲିି କହିଛନ୍ତି ଦେବଗଡର ବିଜେପି ବିଧାୟକ  ସୁବାସ ପାଣିଗ୍ରାହୀ । ସିବିଆଇ ତଦନ୍ତ ହେଲେ ଏହି ଘଟଣାର ପର୍ଦ୍ଦାଫାଶ ହୋଇପାରିବ ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ହତ୍ୟା ପଛରେ ପ୍ରଭାବଶାଳୀ ନେତାଙ୍କ ହାତ ରହିଛି । ସେପଟେ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଶତ୍ରୁ ତାଙ୍କ ନିଜ ଦଳରୁ ହୋଇଥାଇପାରନ୍ତି । ହତ୍ୟାକାଣ୍ଡରେ ବଡ ବଡ ଲୋକଙ୍କ ସଂପୃକ୍ତି ରହିଛି ।

ସୂଚନାଯୋଗ୍ୟ, ଗତ ମାସ ୨୯ ତାରିଖ ଦିନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ହତ୍ୟାକୁ ୯ ଦିନ ପୂରିଥିବା ବେଳେ ଏଯାଏ ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡର କାରଣ ଜାଣିବା ପାଇଁ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦାୟିତ୍ବ ଅର୍ପଣ କରିଥିବା ବେଳେ ଏହି ତଦନ୍ତ ପ୍ରକ୍ରିୟାକୁ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଜେ. ପି. ଦାସ ତଦାରଖ କରୁଛନ୍ତି। ଘଟଣା ଦିନ ହିଁ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏକାଧିକ ତଦନ୍ତକାରୀ ଅଧିକାରୀ ଆସି ପହଞ୍ଚି ଯାଇଥିଲେ।
ଏହାପରେ ଏକାଧିକ ଟିମରେ ବିଭକ୍ତ ହୋଇ ତଦନ୍ତକାରୀ ଅଧିକାରୀମାନେ ଝାରସୁଗୁଡ଼ା ଓ ଅଭିଯୁକ୍ତର ଘର ବ୍ରହ୍ମପୁରଠାରେ ତଦନ୍ତ ଜାରି ରଖିଥିଲେ। ତେବେ ଆଜି ପର୍ୟ୍ୟନ୍ତ କ୍ରାଇମବ୍ରାଞ୍ଚ ଗୋପାଳ କାହିଁକି ନବ ଦାସଙ୍କୁ ଗୁଳିକରି ହତ୍ୟା କଲା ତାହା ଜାଣିବାରେ ସକ୍ଷମ ହୋଇ ନାହିଁ। ଗୋପାଳ ଗୁଳି ମାରିଥିବା ନେଇ ସ୍ବୀକାର କରିଥିବା ସଂପର୍କରେ କ୍ରାଇମବ୍ରାଞ୍ଚ କହିଥିବା ବେଳେ ହତ୍ୟାର କାରଣ ସଂପର୍କରେ କିଛି କହି ନଥିବା ଜଣାଯାଇଛି। ଗୋପାଳକୁ ଗିରଫ କରିବା ପରେ ପ୍ରଥମ ପର୍ୟ୍ୟାୟରେ ୪ ଦିନ ରିମାଣ୍ଡ ସଂପୂର୍ଣ୍ଣ ହୋଇ ଦ୍ବିତୀୟ ପର୍ୟ୍ୟାୟରେ ପୁଣି ୪ ଦିନ ରିମାଣ୍ଡରେ କ୍ରାଇମବ୍ରାଞ୍ଚ ନେଇ ତଦନ୍ତ ଜାରି ରଖିଥିବା କହିଛି।