ନବ ଦାସ ହତ୍ୟା ଘଟଣା : ଡିଜିପିଙ୍କୁ କଟାକ୍ଷ କଲେ ସୌମ୍ୟ, କହିଲେ ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି କାରଣ ଜାଣନ୍ତୁ ଓ ଆମକୁ ଜଣାନ୍ତୁ

ନବ ଦାସ ହତ୍ୟା ଘଟଣା : ଡିଜିପିଙ୍କୁ କଟାକ୍ଷ କଲେ ସୌମ୍ୟ, କହିଲେ ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି କାରଣ ଜାଣନ୍ତୁ ଓ ଆମକୁ ଜଣାନ୍ତୁ

ନବ ଦାସ ହତ୍ୟା ଘଟଣା : ଡିଜିପିଙ୍କୁ କଟାକ୍ଷ କଲେ ସୌମ୍ୟ, କହିଲେ ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି କାରଣ ଜାଣନ୍ତୁ ଓ ଆମକୁ ଜଣାନ୍ତୁ


ଭୁବନେଶ୍ୱର:  ଆମ ଜୀବନରେ ଅନେକ ଘଟଣା ଘଟେ ଯାହାକି ଆମେ କେବେ ଭାବି ନଥିବା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଛାଡ଼ିଦେଲେ ଅନ୍ୟ କେହି ମଣିଷ ଜାଣିପାରିବ ନାହିଁ ଏଭଳି ହତ୍ୟା ଘଟଣା କାହିଁକି ଘଟିଲା । ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ୬ ଦିନ ପରେ ଗତକାଲି ଗଣମାଧ୍ୟମରେ ମୁହଁ ଖୋଲି ଏଭଳି ବିସ୍ଫୋରକ କଥା କହିଥିଲେ ଡିଜିପି ସୁନିଲ ବଂଶଲ ।  ଡିଜିପିଙ୍କ ଏଭଳି ମନ୍ତ୍ୟକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାକୁ ଅଲଗା ଢଙ୍ଗରେ ନେଇଛନ୍ତି । ଗୋପାଳ ଦାସ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ କାହିଁକି ହତ୍ୟା କଲା ସେ କଥା ଜଗନ୍ନାଥଙ୍କୁ ଜଣା ବୋଲି ଡିଜିପି କହିବା ପ୍ରସଙ୍ଗରେ ମତରଖି ସୌମ୍ୟ ପଟ୍ଟନାୟକ କହିଛନ୍ତି ଯେ ଡିଜିପି ଜଗନ୍ନାଥଙ୍କୁ ପ୍ରାର୍ଥନା କରି କାରଣ ଜାଣନ୍ତୁ ଓ ଆମକୁ ଜଣାନ୍ତୁ । ଫଳରେ ବୋଥ୍ରା ବାବୁ ଯେଉଁ ହନ୍ତସନ୍ତ ହେଉଛନ୍ତି ଆଉ ହେବେନି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଜଣେ ପୁଲିସ ଏଏସଆଇ ଗୁଳି ମାରି ହତ୍ୟା କରିବା ପରେ ସମସ୍ତଙ୍କ ମନରେ ଛାନିଆ । ଗତକାଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପୁଲିସ ଉପରେ ଭରସା ନଥିବା କହି ପିଏସଓକୁ ଫେରାଇ ଦେଇଥିବାବେଳେ ଆଜି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ନିଜ ପିଏସଓକୁ ନେଇ ଶଙ୍କାଗ୍ରସ୍ତ ଥିବା କହିଛନ୍ତି । ଏପରିକି ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି ସେ ଗୋପାଳ ଦାସ ହେବନି ତ ବୋଲି ସେ କହିଛନ୍ତି ।
 ସେ କହିଛନ୍ତି ଯେ ପୁଲିସ ଜଣେ ପାୱରଫୁଲ ମନ୍ତ୍ରୀଙ୍କୁ ଗୁଳି କରିବା ମୋତେ ଆଶ୍ଚର୍ଯ୍ୟ ଲାଗୁଛି ।  ବିଶ୍ୱାସ ହେଉନି ।  ଏହା ଗ୍ରହଣ ଯୋଗ୍ୟ ନୁହେଁ । ମୋତେ ବି ପିଏସଓ ମିଳିଛି, ଡର ଲାଗୁଛି ସେ ଗୋପାଳ ଦାସ ହେବନି ତ । ପୁଲିସ ହତ୍ୟା ପଛର ଅସଲ କାରଣ ଖୋଜି ତଥ୍ୟ ସାମନାକୁ ଆଣିବା ଦରକାର । ବର୍ତ୍ତମାନ ଯାହା ପ୍ରକାଶ ପାଉଛି ସବୁ ଗସିପ, ଯିଏ ଯାହା ପାରିଲା କହିଲା ।  ପୁଲିସ ଯେତେଶୀଘ୍ର ସତ୍ୟ ବାହାର କରିବ, ଚର୍ଚ୍ଚା ବନ୍ଦ ହେବ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।