ଅନୁରାଧା ପୋଡୱାଲ ବାଂଟିବେ ଶ୍ରବଣ ଯନ୍ତ୍ର

ଅନୁରାଧା ପୋଡୱାଲ ବାଂଟିବେ ଶ୍ରବଣ ଯନ୍ତ୍ର

ଅନୁରାଧା ପୋଡୱାଲ ବାଂଟିବେ ଶ୍ରବଣ ଯନ୍ତ୍ର


ଭୁବନେଶ୍ୱର : ଓଡ଼ିଶାରେ ଶ୍ରବଣ ଯନ୍ତ୍ର ମାଗଣାରେ ବାଂଟିବେ ସୂର୍ଯ୍ୟୋଦୟ ଫାଉଣ୍ଡେସନ୍ର ସଭାପତି ତଥା ସୁପ୍ରସିଦ୍ଧ ଗାୟିକା ଅନୁରାଧା ପୋଡ଼ୱାଲ୍ । ପ୍ରେସ୍ କ୍ଳବଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରାଧା ପୋଡ଼ୱାଲ ଏହି ସୂଚନା ଦେଇଛନ୍ତି । ଅନୁରାଧା କହିଛନ୍ତି , ସୂର୍ଯ୍ୟୋଦୟ ଫାଉଣ୍ଡେସନ୍ ,ୱାଇଡେ଼କ୍ସ ଇଣ୍ଡିଆ ଓ ଶିଭୋନ୍ତସ ଇଣ୍ଡିଆ ସହିତ ମିଶି ଓଡ଼ିଶାରେ ବିଭିନ୍ନ ଅଂଚଳରେ ଶ୍ରବଣ ଶକ୍ତି ହରାଇଥିବା ଦିବ୍ୟାଙ୍ଗଙ୍କୁ ମାଗଣାରେ ଶ୍ରବଣ ଯନ୍ତ୍ର ଯୋଗାଇବା ସହ ଚିକିତ୍ସା ମଧ୍ୟ କରିବାକୁ ଯାଉଛି । ଅନୁନ୍ନତ , ଆଦିବାସୀ ବହୁଳ ଓ ଉପାନ୍ତ ଅଂଚଳରେ ମଧ୍ୟ ଏହି ସେବା ଯୋଗାଇ ଦିଆଯିବ । 

ପ୍ରଥମ ପର୍ଯ୍ୟାୟରେ ପୁରୀ ଠାରେ ପିଲାଙ୍କ ଠାରୁ ବଡ଼ ପର୍ଯ୍ୟନ୍ତ ସ୍କିନିଂ କରି ଶ୍ରବଣ ବାଧିତଙ୍କୁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯିବ । ପରବର୍ତୀ ସମୟରେ ମୟୂରଭଞ୍ଜ , କେନ୍ଦୁଝର , କଟକ, ଭଦ୍ରକ , ବାଲେଶ୍ୱର ଆଦି ଜିଲ୍ଲାରେ ବିଭିନ୍ନ ଅଂଚଳରେ ଏହି ସେବା ଉପଲବ୍ଧ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡ଼ା. ପ୍ରଦୀପ ସେଠୀ , ଓଡ଼ିଶା ଅଭିଭାବକ ସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ, ୱାଇଡେ଼କ୍ସ ଇଣ୍ଡିଆର ପ୍ରଜ୍ଞା ଜୈନ , ଗୈାରବ ଲଲାଣୀ , ହେମରାଜ ଅଗ୍ରୱାଲ , ପ୍ରସନ୍ନ ବିଶୋଇ , ଓ ଚିରଞ୍ଜୀବ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।