ନନ୍ଦୀଗ୍ରାମରେ ମମତା ଶେଷ ରାଉଣ୍ଡ ସରିବା ପରେ ୧୨୦୦ ଭୋଟରେ ଆଗୁଆ

ନନ୍ଦୀଗ୍ରାମରେ ମମତା ଶେଷ ରାଉଣ୍ଡ ସରିବା ପରେ ୧୨୦୦ ଭୋଟରେ ଆଗୁଆ

ନନ୍ଦୀଗ୍ରାମରେ ମମତା ଶେଷ ରାଉଣ୍ଡ ସରିବା ପରେ ୧୨୦୦ ଭୋଟରେ ଆଗୁଆ
କୋଲକାତା : ଦୀର୍ଘ ସମୟ ପରେ ମମତା ବାନାର୍ଜୀଙ୍କ ପାଇଁ ଏକ ଭଲ ଖବର ଆସିଛି । ବହୁ ରାଉଣ୍ଡରେ ପଛରେ ଥିବା ମମତା ବାନାର୍ଜୀ ନିଜ ପ୍ରତିଦ୍ୱନ୍ଦ୍ୱୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ଆଗରେ ରହିଛନ୍ତି । ଶେଷ ରାଉଣ୍ଡ ସରିବା ପରେ ୧୨୦୦ ଭୋଟରେଆଗରେ ରହିଛନ୍ତି ମମତା ବାନାର୍ଜୀ । ସୂଚନାଯୋଗ୍ୟଯେ, ଭୋଟ ଗଣତି ଆରମ୍ଭରୁ ମମତା ପଛରେ ପଡ଼ିଯାଇଥିଲେ । ପ୍ରତି ରାଉଣ୍ଡରେ ତାଙ୍କୁ ମାତ ଦେଇଥିଲେ ଶୁଭେନ୍ଦୁ । ତେବେ ପ୍ରଥମେ ଶୁଭେନ୍ଦୁଙ୍କ ଭଲ ଦବଦବା ଥିବା ଅଂଚଳରେ ଭୋଟ ଗଣତି ଚାଲିଥିଲା । ଏବେ ମମତା ଯେଉଁ ଅଂଚଳରେ ଭଲ ଭୋଟ ପାଇବେ ସେଠାରେ ଗଣତି ଚାଲିଥିବାରୁ ମମତାଙ୍କ ବ୍ୟବଧାନ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ଅପରପକ୍ଷରେ ପଶ୍ଚିମବଙ୍ଗରେ ମମତାଙ୍କ ଟିଏମସି ୨୧୨ ସିଟରେ ଆଗୁଆ ଥିବାବେଳେ ବିଜେପି ୭୮ ସିଟରେ ଆଗୁଆ ଅଛି । ମମତା ଜିଦରେ ନିଜ ମୂଳ ଆସନ ଛାଡ଼ି ନନ୍ଦୀଗ୍ରାମରେ ଲଢ଼ିବାକୁ ନିଷ୍ପତି ନେଇଥିଲେ । ମମତାଙ୍କୁ ହରାଇବା ପାଇଁ ବି ବିଜେପି ସବୁ ଶକ୍ତି ଲଗାଇ ଦେଇଥିଲା ।