ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଦାୟିତ୍ବ

ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଦାୟିତ୍ବ

ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ପ୍ରଭାରୀ ଦାୟିତ୍ବ

ଭୁବନେଶ୍ୱର:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁଣି ମିଳିଛି ବଡ଼ ଦାୟିତ୍ବ। ତାଙ୍କୁ ଉତ୍ତର ପ୍ରଦେଶ ବିଜେପି ନିର୍ବାଚନ ପ୍ରଭାରୀଭାବେ ନିଯୁକ୍ତ କରାଯାଇଛି। ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିଥିବାବେଳେ ୭ ଜଣଙ୍କୁ ସହପ୍ରଭାରୀ ଦାୟିତ୍ୱ ପ୍ରଦାନ କରାଯାଇଛି । 

ସମ୍ପୃକ୍ତ ସହପ୍ରଭାରୀମାନେ ହେଲେ ଅନୁରାଗ ଠାକୁର, ଅର୍ଜୁନରାମ ମେଘୱାଲ, ସରୋଗ ପାଣ୍ଡେ, ଶୋଭା କରନ୍ଦଲାଜେ, କ୍ୟାପଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣା ଦେବୀ ଓ ବିବେକ ଠାକୁର ।

ଅପରପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଉତରାଖଣ୍ଡର ପ୍ରଭାରୀ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ବିଜେପି ସାଂସଦ ଲକେଟ ଚାଟାର୍ଜୀଙ୍କୁ ସହପ୍ରଭାରୀ କରାଯାଇଛି। ଆସନ୍ତା ୨୦୨୨ ଫେବୃଆରୀରେ  ଉତ୍ତରପ୍ରଦେଶ ନିର୍ବାଚନ ହେବ  । ଉତ୍ତରପ୍ରଦେଶ ନିର୍ବାଚନ ଉପରେ ଏବେ ସବୁ ରାଜନୀତିକ ଦଳର ଆଖି ରହିଛି  । ବିଜେପି ପୁଣି ଥରେ କ୍ଷମତାକୁ ଫେରିବା ପାଇଁ ପ୍ରୟାସ କରୁଥିବାବେଳେ ବିରୋଧୀ ଅଟକାଇବାକୁ ଯୋଜନା କରିଛନ୍ତି  । ୟୂପିରେ ସର୍ବାଧିକ ସାଂସଦ ଆସନ ଥିବାରୁ ସ୍ୱାଭାବିକ ଭାବେ ଏହି ନିର୍ବାଚନର ଫଳାଫଳ ଜାତୀୟ ରାଜନୀତିକୁ ପ୍ରଭାବିତ କରିବ ବୋଲି କୁହାଯାଇପାରିବ।