ହସ୍ପିଟାଲ୍ରେ ପଶିଗଲା ବନ୍ୟାଜଳ, ୧୬ ମୃତ,
ହସ୍ପିଟାଲ୍ରେ ପଶିଗଲା ବନ୍ୟାଜଳ, ୧୬ ମୃତ,
ମେକ୍ସିକୋ: କେନ୍ଦ୍ରୀୟ ମେକ୍ସିକୋରେ ପ୍ରବଳ ବର୍ଷା ସହିତ ବନ୍ୟା ଦେଖାଯାଇଛି। ଏଠାରେ ଏକ ହସ୍ପିଟାଲରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ୧୬ ରୋଗୀଙ୍କର ମୃତ୍ୟୁ ହୋଇଛି। ବନ୍ୟା ଯୋଗୁଁ ଲକ୍ଷାଧିକ ଟଙ୍କା ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଥିବା ନ୍ୟାସନାଲ ସୋସିଆଲ ସିକ୍ୟୁରିଟି ପ୍ରତିଷ୍ଠାନ ପକ୍ଷରୁ ଏହା କୁହାଯାଇଛି ।
ପ୍ରବଳ ବର୍ଷା ଯୋଗୁଁ ମଙ୍ଗଳବାର ବନ୍ୟା ପରିସ୍ଥିତି ଉପୁଜିଥିଲା । ବନ୍ୟା ଯୋଗୁଁ ହସ୍ପିଟାଲରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଗୁରୁତର ହୋଇଛନ୍ତି। ମେକ୍ସିକୋ ସହରଠାରୁ ୧୦୦ କିଲୋମିଟର ଦୂର ଟୁଲାରେ ଏଭଳି ଅପ୍ରୀତିକର ଅଘଟଣ ଘଟିଛି। ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ପ୍ରଶାସନର ଜରୁରୀକାଳୀନ ବିଭାଗ ଘଟଣାସ୍ଥଳରେ ପହଂଚି ରୋଗୀମାନଙ୍କୁ ଉଦ୍ଧାର କରିବା ସହିତ ଅନ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।
ହସ୍ପିଟାଲ କର୍ତ୍ତୃପକ୍ଷ ତରଫରୁ କୁହାଯାଇଛି ଯେ ଏଠାରେ ୫୬ ଜଣ ରୋଗୀଙ୍କର ଚିକିତ୍ସା ଜାରି ରହିଥିଲା । ଏମାନଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କୋଭିଡ ରୋଗୀ ଥିଲେ । ବନ୍ୟାରେ ୧୬ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।




admin 