ଧାନ ଉପରେ ଆଠଶହ ଟଙ୍କା ଇନପୁଟ୍ ପାଇ ଖୁସିରେ ଚାଷୀ
କଥା ଦେଇ କଥା ରଖିଛନ୍ତି ମୋହନ ସରକାର । ଧାନର ଇନପୁଟ୍ ସବସିଡି ମୁଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି । ଏହା ଦ୍ବାରା ଚାଷୀଙ୍କ ଆୟ 4 ଗୁଣା ହେବ । ଏଥର କଟନି ଛଟନୀ ମୁକ୍ତ ଧାନ ସଂଗ୍ରହ ସହ ମଣ୍ଡିରୁ ସିଧାସଳଖ ଧାନ କିଣିବେ ସରକାର । କିଏ ମଧ୍ୟସ୍ଥି ହେଲେ କିମ୍ବା କଟନି ଛଟନି କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହାସହ ମଣ୍ଡିକୁ ମନ୍ତ୍ରୀମାନେ ଗସ୍ତ କରି ସମୀକ୍ଷା କରିବେ । ନୂଆ ସରକାର ନିଜ ପ୍ରଥମ କ୍ୟାବିନେଟ୍ ରେ ଚାଷୀଙ୍କ ହିତ ପାଇଁ ୪ଟି ବଡ ନିଷ୍ପତ୍ତି ନେଇଥିଲେ । ଏଥି ମଧ୍ୟରୁ ୩ଟି କଥା ପୂରଣ କରି ସାରିଥିଲେ ମୋହନ । ୪ର୍ଥ ପ୍ରତିଶ୍ରୁତି ଭାବେ, କୃଷକମାନଙ୍କ ପାଇଁ ଧାନର ମୂଲ୍ୟ ଏବଂ ଇନପୁଟ ସବ୍ସିଡି ୮୦୦ ଟଙ୍କା ବୃଦ୍ଧି କରାଯାଇଛି । ସୋହେଲାରେ କାଯ୍ୟକ୍ରମ ଉଦଘାଟନ ପରେ ପୁରୀ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ଜିଲ୍ଲାର ୪୯ ହଜାରରୁ ଉର୍ଦ୍ଧ୍ଵ ଚାଷୀ ଏହି ଯୋଜନାରେ ଧାନ ବିକ୍ରି କରିପାରିବେ । ପ୍ରତି ଚାଷୀ ପରିବାରକୁ ୩୦ ହଜାରରୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସହାୟତା ମିଳିବ ବୋଲି ଉପମୁଖ୍ୟମମନ୍ତ୍ରୀ ସୁଚନା ଦେଇଛନ୍ତି ।
ସେହିପରି ସମ୍ବଲପୁର ଜିଲ୍ଲାରେ 59 ହଜାର 895 ଚାଷୀ ପଞ୍ଚିକରଣ କରିଥିବା ବେଳେ କେବଳ ରବିବାର ଦିନ ଜିଲ୍ଲାର 4 ହଜାର 600 ଜଣ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ସିଧାସଳଖ 530 କୋଟି ଟଙ୍କା ପ୍ରଦାନ କରାଯାଇଛି । ସମ୍ବଲପୁରରେ 80 ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରୁଛନ୍ତି l 24 ଟି ମଣ୍ଡି ପାଇଁ 80 କୋଟି ଟଙ୍କା ଖର୍ଚ୍ଚ କରିବେ ରାଜ୍ୟ ସରକାର l ବିଗତ ଦିନରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା l ହେଲେ ଚଳିତ ବର୍ଷ ଜ଼ିଲ୍ଲା ପ୍ରଶାସନର ଅଧିକାରୀ ମଣ୍ଡି ଉପରେ ନଜର ରଖିଛନ୍ତି l ଏଥର ଧାନ ସଂଗ୍ରହର ବଡ କଥା ହେଉଛି ଅବଧି ଲାପ୍ସ ହେଇଗଲେ ମଧ୍ୟ ଅସୁବିଧା ନାହିଁ । ସମ୍ବଲପୁର ଜ଼ିଲ୍ଲାପାଳ ଏଥିପାଈଁ 7 ଦିନ ଆଉ ଅଧିକ ସମୟ ଦେଇଥିବା ମନ୍ତ୍ରୀ କହିଛନ୍ତି l ସମ୍ବଲପୂର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି 800 ଟଙ୍କା ଇନପୁଟ ସବସିଡି ସହାୟତା ରାଶି ଚାଷୀଙ୍କ ପାଇଁ ବେଶ୍ ଲାଭବାନ ହେବ ବୋଳି ମନ୍ତ୍ରୀ କହିଥିଲେ ।