ଦ୍ରୌପଦୀଙ୍କ ଶପଥ ଗ୍ରହଣରେ ଯୋଗଦେବେ ନବୀନ
ଦ୍ରୌପଦୀଙ୍କ ଶପଥ ଗ୍ରହଣରେ ଯୋଗଦେବେ ନବୀନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଠାରୁ ଚାରିଦିନିଆ ଦିଲ୍ଲୀ ଗସ୍ତରେ ଯିବେ । ଆସନ୍ତା ୨୫ରେ ଦେଶର ପଂଚଦଶ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିବେ । ସେହିପରି ଜୁଲାଇ ୨୪ରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୈଶ୍ୟ ଭୋଜିର ଆୟୋଜନ କରିଛନ୍ତି । ନବୀନ ସେହି ଅବସରରେ ମଧ୍ୟ ଉପସ୍ଥିତ ରହିବେ ବୋଲି ଜାଣିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି । ଏଥିପାଇଁ ଶ୍ରୀ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯାଇ ୨୬ ତାରିଖରେ ଫେରିବାର କାର୍ୟ୍ୟକ୍ରମ ରହିଛି । ନବୀନ ଏହି ଗସ୍ତବେଳେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଜେଡି ସାଂସଦମାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଶ୍ରୀମତୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ଓଡ଼ିଶାରେ ପ୍ରଚାରର ମଙ୍ଗ ବିଜେଡି ସମ୍ଭାଳିଥିଲା । ତେଣୁ ଏହି କାରଣରୁ ଅଣଏନଡିଏ ଓ ଅଣୟୁପିଏ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକଙ୍କ ସମେତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କୁ ଶପଥ ସମାରୋହରେ ସାମିଲ ହେବେ ବୋଲି ସୂଚନା ମିଳିଛି ।




admin 