ଦ୍ମପୁରର ୩ ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗର ରେଡ
ଦ୍ମପୁରର ୩ ବିଜେଡି କର୍ମୀଙ୍କ ଘରେ ଆୟକର ବିଭାଗର ରେଡ
ପଦ୍ମପୁର: ପଦ୍ମପୁରରେ ଆଜି ୩ ପ୍ରତିଷ୍ଠିତ ବ୍ୟବସାୟୀ ତଥା ବିଜେଡିର ୩ ପୁରୁଖା କର୍ମୀଙ୍କ ଘରେ ଆୟକର ବିଭାଗ ରେଡ କରିଛି।ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରାଯାଉଛି। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ ରେଡରେ ସାମିଲ ଅଛନ୍ତି। ବହିଦାରପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଦୁଇଟି ଯାକ ଘରେ ଏକକାଳୀନ ରେଡ୍ କରାଯାଇଛି। ତେବେ ରେଡ୍ କ’ଣ ପାଇଁ କରାଯାଉଛି, ସେ ବିଷୟରେ କେହି ବି ମୁହଁ ଖୋଲି ନାହାନ୍ତି।ଘର ଭିତରେ ରେଡ୍ ଚାଲିଥିବା ବେଳେ ବାହାରେ ଏକେ ୪୭ ରାଇଫଲ ସହ ସିଆରପିଏଫ ଯବାନମାନେ ରହିଛନ୍ତି। ଘର ଭିତରୁ କାହାକୁ ବାହାରକୁ ଛଡ଼ା ଯାଉନି କିମ୍ବା ବାହାର ଲୋକଙ୍କୁ ଭିତରକୁ ଯିବାକୁ ଅନୁମତି ମିଳୁନି।
ସ୍ଥାନୀୟ ପୁଲିସ୍ର ବିନା ସହାୟତାରେ ଆୟକର ବିଭାଗ ଏପରି ରେଡ୍ କରିଛି। ପ୍ରଥମେ ମହମ୍ମଦ ସାଜିଦଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଅଧିକାରୀମାନେ ଗୋଟିଏ ଅଜ୍ଞାତ ସ୍ଥାନକୁ ନେଇଥିଲେ। କିଛି ସମୟ ପରେ ପୁଣି ତାଙ୍କୁ ସାଙ୍ଗରେ ନେଇ ଘରକୁ ଆସୁଥିଲେ। ଏହାପରେ ଘର ଭିତରେ ଅଧିକାରୀମାନେ ବିଭିନ୍ନ ପ୍ରକାରର କାଗଜପତ୍ର ଯାଞ୍ଚ କରୁଛନ୍ତି।
ମହମ୍ମଦ ସାଜିଦ, ମାନଭଞ୍ଜନ ସାହୁ ଓ ଗଜୁ ଅଗ୍ରୱାଲ ହେଉଛନ୍ତି ପ୍ରତିଷ୍ଠ ବ୍ୟବସାୟୀ। ତେଣୁ କୌଣସି ଆର୍ଥିକ ଅନିୟମିତତା ଅଭିଯୋଗରେ ଆୟକର ବିଭାଗ ରେଡ୍ କରିଥିବା କୁହାଯାଉଛି। ବର୍ତ୍ତମାନ ମଧ୍ୟ ରେଡ୍ ଚାଲିଥିବାରୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ମିଳି ପାରିନାହିଁ।




admin 