ଦେଶରେ୧୬, ୬୭୮ସଂକ୍ରମିତ ଚିହ୍ନଟ

ଦେଶରେ୧୬, ୬୭୮ସଂକ୍ରମିତ ଚିହ୍ନଟ


ନୂଆଦିଲ୍ଲୀ: ଦେଶରେ ଉପରମୁହାଁ ରହିଛି କୋରୋନା ସଂକ୍ରମଣ  । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ ୧୬, ୬୭୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଆଜି ୨୬ ଜଣଙ୍କ ଜୀବନ ନେଇଛି ମହାମାରୀ  ।

ଏଯାବତ ଦେଶରେ ୫ ଲକ୍ଷ୨୫ ହଜାର ୪୫୪ଆକ୍ରାନ୍ତ ଆଖି ବୁଜିଛନ୍ତି  । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି  । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଏକ ଲକ୍ଷ ଉପରେ ରହିଛି  । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧,୩୦,୭୧୩କୁ ବୃଦ୍ଧି ପାଇଛି  । ଦେଶର ଦୈନିକ ପଜିଟିଭ ରେଟ୍ ୪.୧୪%ରେ ପହଞ୍ଚିଛି  । ଏଯାବତ୍ ୪ କୋଟି ୨୯ ଲକ୍ଷ ୮୩ହଜାର ୧୬୨ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି  । ଦେଶରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି ।