ଦେଶରେ ୬,୧୬୮ ଜଣ ନୂଆ ସଂକ୍ରମିତ ଚିହ୍ନଟ
ଦେଶରେ ୬,୧୬୮ ଜଣ ନୂଆ ସଂକ୍ରମିତ ଚିହ୍ନଟ
ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଛି । କିଛି ଦିନ ହେବ ସଂକ୍ରମଣ ମାମଲା ୧୦ ହଜାର ତଳେ ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମାତ୍ର ୬,୧୬୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୭,୯୪୬ ଥିଲା । ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ, ଅନ୍ୟପଟେ ପ୍ରତିଦିନ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଥିବାର ଦେଖାଯାଇଛି । ଦିନକରେ ୯,୬୮୫ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥ ସଂଖ୍ୟା ୪,୩୮,୫୫,୩୬୫ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସଂକ୍ରମଣ ଅପେକ୍ଷା ଅଧିକ ସୁସ୍ଥ ହେଉଛନ୍ତି । ସୁସ୍ଥସଂଖ୍ୟା ବଢିବା ସହ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୯,୨୧୦ରେ ପହଞ୍ଚିଛି । ଦୈନିକ ପଜିଟିଭ ହାର ୧.୯୪% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର ୨.୫୧% ଅଛି । ଦେଶରେ କୋରୋନା ସୁସ୍ଥହାର ୯୮.୬୮%ରେ ପହଞ୍ଚିଛି । ଏବେସୁଦ୍ଧା ୫,୨୭,୯୩୨ ହଜାରରୁ ଅଧିକ କୋରୋନା ସଂକ୍ରମିତ(ଉକ୍ଟକ୍ସକ୍ଟଦ୍ଭବ ଚକ୍ଟଗ୍ଦସଗ୍ଧସଙ୍ଖର) ପ୍ରାଣ ହରାଇଛନ୍ତି । ଏବେସୁଦ୍ଧା ଦେଶବ୍ୟାପୀ ୮୮.୬୪ କୋଟି ଟେଷ୍ଟିଂ ହୋଇଛି । ଗତ ୨୪ ଘଣ୍ଟାରେ ୩,୧୮,୬୪୨ ଟେଷ୍ଟିଂ କରାଯାଇଛି ।




admin 