ଦେଶରେ ୩୬,୦୮୩ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୩ ଆକ୍ରାନ୍ତ ମୃତ

ଦେଶରେ ୩୬,୦୮୩ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୩ ଆକ୍ରାନ୍ତ ମୃତ

ଦେଶରେ ୩୬,୦୮୩ କରୋନା ଆକ୍ରାନ୍ତ ଚିହ୍ନଟ, ୪୯୩ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ଗତକାଲି ସଂକ୍ରମଣ ୪୦,୦୦୦ପାଖାପାଖି ରହିଥିବା ବେଳେ ଆଜି ସଂକ୍ରମଣ ୩୫,୦୦୦ ପାର କରିଛି । ଏହା ସହ ମୃତ୍ୟୁସଂଖ୍ୟା ୩୦୦ଟପିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୬,୦୮୩କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯୩ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୩,୨୧,୯୨,୫୭୬ ଓ ମୃତ୍ୟୁସଂଖ୍ୟା ୪,୩୧,୨୨୫ରେ ପହଞ୍ଚିଛି।

ସେହିଭଳି, ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇ ଫେରିବା ସହ ସମୁଦାୟ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ଏହା ବ୍ୟତିରେକେ, ଏବେ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩,୮୫,୩୩୬ ।