କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ

କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ


ଭୁବନେଶ୍ୱର : କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି  । ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ପତାକା ଉତୋଳନ କରି ଉଦବୋଧନ ଦେଇଥିଲେ  ।

ଶ୍ରୀ ଚୌଧୁରୀ କହିଥିଲେଯେ, ଭାରତୀୟ ଜାତୀୟ କଂଗ୍ରେସର ସଂଗ୍ରାମ ଓ ବୀରମାନଙ୍କର ବଳିଦାନ ଯୋଗୁଁ ଆମେ ସ୍ୱାଧୀନତା ପାଇଛେ  । ସେମାନଙ୍କ ବଳିଦାନ ଓ ସଂଗ୍ରାମକୁ ଆମେ ବ୍ୟର୍ଥ ହେବାକୁ ଦେବାନାହିଁ  । ସେମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ସେମାନଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ କାର୍ଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ  ।

କଟକ ଜିଲ୍ଲାର ସମସ୍ତଙ୍କୁ ଆର୍ଥିକ, ସାମାଜିକସ୍ତରରେ ସ୍ୱାବଲମ୍ବୀ କରାଇ ସ୍ୱାଧୀନତାର ପ୍ରକୃତ ସ୍ୱାଦ ଚଖାଇବା ତାଙ୍କର ଲକ୍ଷ୍ୟ ବୋଲି ଶ୍ରୀ ଚୌଧୁରୀ ମତବ୍ୟକ୍ତ କରିଥିଲେ । ସେହିପରି ମହିଳା ଶିକ୍ଷା, ନିଯୁକ୍ତି ଉପରେ ବି ସେ ଗୁରୁତ୍ୱାରୋପ କରିବେ  । କଟକ ଅଂଚଳର ସମସ୍ତ ଜନସାଧାରଣ ଅଶିକ୍ଷା, ଅଭାବ, ସ୍ୱାସ୍ଥ୍ୟ ସମସ୍ୟା, ବେରୋଜଗାର ଠାରୁ ସ୍ୱାଧୀନ ହୋଇପାରିଲେ ସ୍ୱାଧୀନତା ଦିବସ ପାଳନର ଉଦେ୍ଧଶ୍ୟ ଓ ଆଭିମୁଖ୍ୟ ସଫଳ ହୋଇପାରିବ ବୋଲି ସେ କହିଥିଲେ  ।