ଦେଶରେ ଗୋଟିଏ ଦିନରେ ୪୬, ୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ଦେଶରେ ଗୋଟିଏ ଦିନରେ ୪୬, ୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
admin
Mar 22, 2021 - 04:43
Updated: Mar 22, 2021 - 04:43
ନୂଆଦିଲ୍ଲୀ: ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ଯୋଗୁଁ ମହାରାଷ୍ଟ୍ରରେ ପ୍ରାୟ ଜିଲ୍ଲାରେ ଲକଡାଉନ ଘୋଷଣା କରାଯାଇଛି । ଏବେ କରୋନା ଯୋଗୁଁ ଦେଶକୁ ଏପରି ଅନୁଭୂତ ହେଲାଣୀ ଯେ କରୋନାର ଦ୍ୱିତୀୟ ଲହରୀ ଯେପରି ମାଡି ଆସୁଛି । କରେନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ସହରରେ ନାଇଟକର୍ଫୁ ଲାଗିଲାଣି । ଆଜି ଆମ ଦେଶରେ ଗୋଟିଏ ଦିନରେ ୪୬, ୯୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୨୧୨ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୃତୁ୍ୟ ସଂଖ୍ୟା ୧ ଲକ୍ଷ ୫୯ ହଜାର ୯୬୭ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୬ ଲକ୍ଷ ୪୬ ହଜାର ୮୧ ରେ ପହଂଚିଛି । ଦେଶରେ ୩ ଲକ୍ଷ ୩୪ ହଜାର ୬୪୬ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୧ କୋଟି ୧୧ ଲକ୍ଷ ୫୧ ହଜାର ୪୬୮ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।